Indus Valley Times

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଆଡମ୍ବର ସକାରେ ରଜ ଉତ୍ସବ ପାଳନ

 Breaking News

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଆଡମ୍ବର ସକାରେ ରଜ ଉତ୍ସବ ପାଳନ

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଆଡମ୍ବର ସକାରେ ରଜ ଉତ୍ସବ ପାଳନ
June 17
21:40 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୬:ପାରଳାଖେମୁଣ୍ଡି ସ୍ଥିତ ୟୁଟେକ କମ୍ପ୍ୟୁଟର ଏଡୁକେସନ କେନ୍ଦ୍ର ଠାରେ ରଜ ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଆଡମ୍ବର ସହକାରେ ପ୍ରଗତି ମହିଳା ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି ।
ଏହି ଅବସରରେ ସ୍କୁଲ ଓ କଲେଜର ଛାତ୍ରୀ ମାନଙ୍କ ସମେତ ଗୃହିଣୀ ମାନଙ୍କୁ ନେଇ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ବିଭିନ୍ନ ପ୍ରତିଯୋଗିତା ଯଥା:- ରଜ-ନୃତ୍ୟ , କାକରା ପିଠା ପ୍ରସ୍ତୁତି ଓ ରଜ କୁଇନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଏଥି ସମେତ ରଜ ଗୀତ ସହ ରଜ-ଦୋଳି ରେ ସମସ୍ତେ ଝୁଲି ମସଗୁଲ ହୋଇଥିଲେ ।
ପରେ ସଂଗଠନର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସଭା ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଉପ କାରାଗାରର ଅଧକ୍ଷ ଶ୍ରୀ ହନୁ ସେଠୀ , ମୁଖ୍ୟବକ୍ତା ପଣ୍ଡିତ ନରସିଂହ ଗୌଡ଼ , ସମ୍ମାନିତ ଅତିଥି ଜେଲ ଉପାଧ୍ୟକ୍ଷ ଶ୍ରୀ ପ୍ରଭାକର ସାହୁ , ସମାଜସେବୀ ଶ୍ରୀ ହରିମୋହନ ପଟନାୟକ ଏବଂ ସଂଗଠନ\’ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ପ୍ରମୁଖ ଯୋଗ ଦେଇ ଓଡ଼ିଶାର ମହାନ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ବୁଝାଇ ରଜ ଉତ୍ସବ ପାଳନ ଓ ତାର ମହତ୍ତ୍ଵ ଉପରେ କହିଥିଲେ।
କାର୍ଯ୍ୟକ୍ରମରେ ଶ୍ରୀ ଲୋକନାଥ ମିଶ୍ର ସଂଯୋଜନା କରିଥିବା ବେଳେ ଶ୍ରୀମତୀ ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଦେଇଥିଲେ।
ସଭା ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ କାକରା ପିଠା ଓ ରଜ ପାନ ବଣ୍ଟନ କରା ଯାଇଥିଲା। ଶେଷରେ ଶ୍ରୀ ତ୍ରିପତି ପଣ୍ଡା ଧନ୍ୟବାଦ ଦେଇଥିଲେ।
ସମସ୍ତ କାର୍ଯ୍ୟକ୍ରମରେ ସଂଗଠନର ଶ୍ରୀମତୀ ମାନସୀ ପଣ୍ଡା , ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା , ଶ୍ରୀ ଶରତ ପ୍ରଧାନ , ଶ୍ରୀ ସୌମ୍ୟରଞ୍ଜନ ଆଚାର୍ଯ୍ୟ ଶ୍ରୀ ସମୀର ମଣ୍ଡଳ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।
ସମସ୍ତ ଦୁଇଟି ପର୍ଯ୍ୟାୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖା ର ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ପରିକଳ୍ପନା ଏବଂ ପ୍ରୋଜଜନା କରିଥିବା ବେଳେ ତାଙ୍କୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଭଗବତ ପାଢ଼ୀ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031