Indus Valley Times

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସହିଦ ଦିବସ ପାଳନ

 Breaking News

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସହିଦ ଦିବସ ପାଳନ

March 23
22:16 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୩ : ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଠାରେ ବୁଧବାର ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ଜାତୀୟ ସହିଦ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସଂଗଠନର ସଭାନେତ୍ରୀ ସୁଶ୍ରୀ ଡି: ପ୍ରିୟଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇନଜୀବୀ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସ୍ବରାଜ କୁମାର ସୀସା ଯୋଗଦେଇ ସହିଦ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭା କାର୍ଯ୍ୟକ୍ରମରେ ପ୍ରଗତି ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ସ୍ଵାଗତ ଭାଷଣ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶନୀ ,ସମ୍ମାନିତ ବକ୍ତା ଭାବେ ଶ୍ରୀମତୀ ସୁଜାତା ନନ୍ଦ , ସମ୍ମାନୀତ ଅତିଥି ଶ୍ରୀ ଭାଗବତ ପାଢ଼ୀ , ସଂଯୋଜିକା ସୁଲକ୍ଷଣୀ ଲିମା ପ୍ରମୁଖ ମଞ୍ଚଆସୀନ ରହି ଶହୀଦ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ମାନସୀ ପଣ୍ଡା , ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା ଓ ସୁଜାତା ପଣ୍ଡିତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଶ୍ରୀ ମୂରଲୀ ଧର ପରିଛା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସହିଦଙ୍କ ସ୍ମୃତି ଚାରଣ ହିଁ ସାମ୍ପ୍ରତିକ ପୀଢ଼ିଙ୍କ ପାଇଁ ଏକ ଆଲୋକ ପଥ ଏବଂ ମାଆ ମାଟି ଓ ମାତୃଭୂମିକୁ ଜୀବନ ଠାରୁ ଅଧିକ ଭଲପାଇବା ନିତାନ୍ତ ଆବଶ୍ୟକ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031