Indus Valley Times

ଗଜପତି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ”ର ୧୦୦ ତମ ସଂସ୍କରଣ କାର୍ଯ୍ୟକ୍ରମ

 Breaking News

ଗଜପତି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ”ର ୧୦୦ ତମ ସଂସ୍କରଣ କାର୍ଯ୍ୟକ୍ରମ

ଗଜପତି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ”ର ୧୦୦ ତମ ସଂସ୍କରଣ କାର୍ଯ୍ୟକ୍ରମ
April 30
20:29 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୪: ଯଶସ୍ୱୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକିଆ ରେଡ଼ିଓ କାର୍ଯ୍ୟକ୍ରମ “ମନ କି ବାତ”ର ୧୦୦ ତମ ସଂସ୍କରଣର ପ୍ରସାରଣ କାର୍ଯ୍ୟକ୍ରମ ଆଜି ପାରଳାଖେମୁଣ୍ଡି ବଡ଼ଦାଣ୍ଡ ସାହି ସ୍ଥିତ ମେଡ ପ୍ଲସ ଔଷଧ ଦୋକାନ ପରିସରରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଆଜି ପୂର୍ବାହ୍ନରେ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୀ ଦେଶବାସୀ ଓ ଦେଶ ବାହାରେ ଥିବା ଭାରତୀୟ ମାନଙ୍କୁ ଏହି ଐତିହାସିକ ସଂସ୍କରଣ ଆଧାରରେ ତାଙ୍କ ଉଦବୋଧନରେ ଜନସାଧାରଣଙ୍କ ସ୍ୱାର୍ଥ ଜଡ଼ିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଦବୋଧନ ଦେଇଥିଲେ ।
ଲୋକଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଯେପରି କି , ଦେଶର କୋଣ ଅନୁକୋଣର ପ୍ରତ୍ୟେକ ନାଗରିକ ଭବିଷ୍ୟତରେ ମୋଦୀ ଜୀଙ୍କ ଜନ କଲ୍ୟାଣକାରୀ ବାର୍ତ୍ତା ପାଇପାରିବେ ଏହାହିଁ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ।
ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଏହି “ମନ କି ବାତ୍” କାର୍ଯ୍ୟକ୍ରମ ବିଶ୍ୱର ସର୍ବାଧିକ ଲୋକପ୍ରିୟ କାର୍ଯ୍ୟକ୍ରମ । ଦେଶର ୫ହଜାରରୁ ଉର୍ଦ୍ଧ୍ବ ଲୁକ୍କାୟିତ ପ୍ରତିଭାଙ୍କ ଭଲ କାର୍ଯ୍ୟକୁ ଏହି ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦୀ ଜୀ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନା କରି ପାରୁଛନ୍ତି ଏବଂ ଦେଶବାସୀ ମଧ୍ୟ ସେମାନଙ୍କ ସଫଳତା ବିଷୟରେ ଜାଣି ପାରୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଏହି ଐତିହାସିକ “ମନ୍ କି ବାତ୍” ର ୧୦୦ ତମ ସଂସ୍କରଣକୁ ଦେଖିବା ଓ ଶୁଣିବା ପାଇଁ ଜନସାଧାରଣ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ ।
ଏଥିପାଇଁ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ମଧ୍ୟ ବଡ଼ ପରଦାର ବ୍ୟବସ୍ଥା କରା ଯାଇଥିଲା ।
ଏହି ଅବସରରେ ସହରର ଶ୍ରୀ ଜଗନ୍ନାଥ ମହାପାତ୍ର , ଶ୍ରୀମତୀ ଏମ: ରାଜେଶ୍ୱରୀ ଏବଂ ଶ୍ରୀ ପ୍ରଶାନ୍ତ ପାଳ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଏହି ମାସିକ ରେଡ଼ିଓ କାର୍ଯ୍ୟକ୍ରମ “ମନ କି ବାତ୍” ବିଶ୍ବବ୍ୟାପୀ ବେଶ ଆଦୃତ ଲାଭ କରିଛି ଏବଂ ଦେଶର ବହୁ ପ୍ରତିବାବାନ ବ୍ୟକ୍ତିଙ୍କ ସମ୍ପର୍କରେ ଦେଶବାସୀ ଜାଣିବାର ସୁଯୋଗ ପାଉଛନ୍ତି ।
ତେଣୁ ଏହି ୧୦୦ ତମ ସଂସ୍କରଣ ଏକ ଐତିହାସିକ ଓ ଅଦ୍ଭୁତପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଥିଲେ । ଅନ୍ୟପକ୍ଷରେ , ଦେଶର ଗ୍ରାମାଞ୍ଚଳରେ ରହୁଥିବା ଅଧିବାସୀ ମାନଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ବେଶ ସହାୟକ ହେବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଭାଜପାର ସାଧାରଣ ସମ୍ପାଦକ ଶ୍ରୀ ଇ: ପ୍ରଶାନ୍ତ , ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ର , ନଗର ସଭାପତି ଶ୍ରୀ ଟି: ବସନ୍ତ କୁମାର , ରାଜ୍ୟ କାର୍ଯ୍ୟକାରିଣୀ ଶ୍ରୀ ଡୁଲୁ ମିଶ୍ର ଓ ଶ୍ରୀ କେ: କିରଣ କୁମାରଙ୍କ ସମେତ ଅନ୍ୟାନ୍ୟ ନେତା ଓ କର୍ମୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031