Indus Valley Times

ଗଜପତି: ପ୍ରୀୟଙ୍କା ଗାନ୍ଧୀଙ୍କୁ ଗିରଫ ପ୍ରତିବାଦରେ ଗଜପତି ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ ପଦଯାତ୍ରା

 Breaking News

ଗଜପତି: ପ୍ରୀୟଙ୍କା ଗାନ୍ଧୀଙ୍କୁ ଗିରଫ ପ୍ରତିବାଦରେ ଗଜପତି ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ ପଦଯାତ୍ରା

October 08
13:33 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୮/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁରର ଖେରୀ ଠାରେ ୮ ଜଣ ଚାଷୀଙ୍କୁ ହତ୍ୟା ଓ ଶ୍ରୀମତୀ ପ୍ରୀୟଙ୍କା ଗାନ୍ଧୀଙ୍କୁ ଗିରଫ ପ୍ରତିବାଦରେ ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ଓ ପ୍ରତିବାଦ ପଦଯାତ୍ରା ସମେତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥୀ ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନ ଠାରୁ ଏକ ରାଲିରେ ବାହାରି ନଗର ପରିକ୍ରମା କରି ଜିଲ୍ଲାପାଳ\’ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସେଠାରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରିବା ସହ ଉତ୍ତର ପ୍ରଦେଶର ଖେରୀ ଠାରେ ଚାଷୀଙ୍କ ପ୍ରତି ବର୍ବର କାଣ୍ଡ ଘଟାଯାଇଛି ବୋଲି ଅଭିଯୋଗ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଏ ସମ୍ପର୍କରେ ଜିଲ୍ଲା କଂଗ୍ରେସ ପକ୍ଷରୁ କୁହା ଯାଇଛି ଯେ , କେନ୍ଦ୍ର ସରକାରଙ୍କ ୩ଗୋଟି କଳା କୃଷି ଆଇନକୁ ବିରୋଧ କରି ଦୀର୍ଘ ମାସ ମାସ ଧରି ସମଗ୍ର ଦେଶ ବ୍ୟାପୀ ଚାଷୀ ସଂଗଠନ ଓ ଗଣ ସଂଗଠନ ଏକତ୍ରିତ ହୋଇ ଅହୋରାତ୍ର ଧାରଣାରେ ବସିଛନ୍ତି । ସବୁଠାରୁ ଲଜ୍ଜାଜନକ ବିଷୟ ଏହିକି ଯେ, ଏଥିପ୍ରତି କେନ୍ଦ୍ର ସରକାରଙ୍କ ଆଦୈ ନିଘାନାହିଁ । ସର୍ବଦା ପୁଞ୍ଜିପତିମାନଙ୍କୁ ଲାଭବାନ କରାଇବାର ପ୍ରୟାସ ଜାରି ରଖିଛି କେନ୍ଦ୍ର ସରକାର ।
ଗତ ୦୩.୧୦.୨୦୨୧ ତାରିଖରେ ଉତ୍ତର ପ୍ରଦେଶ ରାଜ୍ୟର ଲକ୍ଷ୍ମୀପୁରର ଖେରୀ ଠାରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ତିନି କଳା ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକମାନେ କଳା ପତାକା ଦେଖାଉଥିବି ସମୟରେ ସମ୍ପୃକ୍ତ ମନ୍ତ୍ରୀ\’ଙ୍କ ପୁଅ ଆନ୍ଦୋଳନରତ କୃଷକମାନଙ୍କ ଉପରେ ନିଜ କାରକେଡ ଚଢାଇ ଦେଇଥିଲେ ଯାହା ଦ୍ୱାରା ଘଟଣା ସ୍ଥଳରେ ହିଁ କିଛି କୃଷକ\’ଙ୍କ ସମେତ ମୋଟ ୮ଜଣଙ୍କ ମୃତ୍ୟୁ ଘଟିଥିଲା ।
ଏପରି ଏକ ସମ୍ବେଦନଶୀଳ ଘଟଣା ପରେ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଘଟଣା ସମ୍ପର୍କରେ ଜାଣିବା ପାଇଁ ଯିବା ସମୟରେ ଅଧ ରାସ୍ତାରେ ଉତ୍ତର ପ୍ରଦେଶର ୟୋଗୀ ସରକାର ପ୍ରିୟଙ୍କାଙ୍କୁ ଗିରଫ କରିଥିଲେ । ଏହିପରି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି ଯେ କେନ୍ଦ୍ର ସରକାରଙ୍କ ଶାସନ ସମୟରେ କୃଷକ, ମହିଳା ଏବଂ ଯବାନ ମାନେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ଅଛନ୍ତି ।
ଏହିପରି ଏକ ଅମାନବୀୟ ଘଟଣା ଘଟାଇବା ମନ୍ତ୍ରୀଙ୍କ ପୁଅକୁ ଯଥାଶୀଘ୍ର ଗିରଫ କରିବା ସହିତ ତିନିଗୋଟି କୃଷି ବିରୋଧି କଳା ଆଇନକୁ ରଦ୍ଦ କରିବା ସହ ଆଇନ ଅନୁଯାୟୀ ଶକ୍ତ ପଦକ୍ଷେପ ଗ୍ରହଣ କରି କୃଷକମାନଙ୍କୁ ନ୍ୟାୟ ଦେବା ନିମନ୍ତେ ଗଜପତି ଜିଲ୍ଲା କଂଗ୍ରେସ ଦାବି କରୁଛି ବୋଲି ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ରାଜ୍ୟ କିଷାନ ସେଲର ଶ୍ରୀ ରଶ୍ମିରଂଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବେର୍ଣ୍ଣିକ ଗମାଙ୍ଗ, ପୂର୍ବତନ ପୌର ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଅଧିକାରୀ , ଜିଲା ସେବାଦଳ ସଭାପତି ଶ୍ରୀ କୃଷ୍ଣକୁମାର ବେହେରା ପ୍ରମୁଖ ନେତାଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ । ବିକ୍ଷୋଭ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମାଜିଷ୍ଟ୍ରେଟ ଭାବେ ଅଚ୍ୟୁତାନନ୍ଦ ଜାନୀ ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବହୁ ପୋଲିସ କର୍ମଚାରୀ ମୁତୟନ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031