Indus Valley Times

ଗଜପତି: ବିଜେପିର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ଉପରେ ରାଜ୍ୟ ମୁଖପାତ୍ରଙ୍କ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ବିଜେପିର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ଉପରେ ରାଜ୍ୟ ମୁଖପାତ୍ରଙ୍କ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ବିଜେପିର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ଉପରେ ରାଜ୍ୟ ମୁଖପାତ୍ରଙ୍କ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
May 06
09:50 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୬/୫: ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ ଫଙ୍କସନ୍ ହଲ ସମ୍ମିଳନୀ କକ୍ଷ ଠାରେ ଆଜି ରାଜ୍ୟ ଭାଜପା ପକ୍ଷରୁ ଭାଜପା:ର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ଉପରେ ବିଜେପି ରାଜ୍ୟ ମୁଖପାତ୍ର ତଥା ପ୍ରବକ୍ତା ଶ୍ରୀ ଜ୍ଞାନରଞ୍ଜନ ବେଉରା ଙ୍କ ଦ୍ଵାରା ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଜେପି ର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି -୨୦୨୪ ଉନ୍ମୋଚନ ଅବସରରେ ମୁଖପାତ୍ର ଶ୍ରୀ ବେଉରା ରାଜ୍ୟର ନବୀନ ସରକାରଙ୍କ ଉପରେ ବର୍ଶିଥିଲେ ଏବଂ କହିଥିଲେ ଯେ , ଏ ସରକାର ଗତ ୨୪ ବର୍ଷ ଶାସନ କାଳରେ ଅନେକ ଭୁଲ କରିଛନ୍ତି ।
୨୪ ବର୍ଷର ସ୍ଥିର ସରକାର ନାମରେ ଓଡ଼ିଶାର ଯେଉଁ ବିକାଶ ହେବା କଥା , ତାହା ଓଡ଼ିଶାର ସମସ୍ତ ୪ ଟା ପାରାମିଟରକୁ ଦେଖିଲେ ତାହା ହୋଇନାହିଁ ।
ଓଡ଼ିଶାର ପ୍ରଚୁର କଞ୍ଚାମାଲ ତଥା ଖଣିଖାଦାନ ଅଛି ଓ ଏଠାରେ ବିଭିନ୍ନ ପ୍ରକାରର କୃଷି ଉତ୍ପାଦନ ହୋଇପାରିବ । କିନ୍ତୁ ଓଡ଼ିଶା ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ୨୫ ବର୍ଷର ଶାସନ ପରେ ମଧ୍ୟ ଓଡ଼ିଶା ତଳ ଆଡ଼କୁ କେତୋଟି ରାଜ୍ୟ ଭିତରେ ରହିଛି । ପରିଣାମ ସ୍ୱରୂପ ଓଡ଼ିଶାରେ ନିଜସ୍ଵ ପ୍ଲାଣ୍ଟଟିଏ ବସି ପାରିଲା ନାହିଁ । ଓଡ଼ିଶାର ଯୁବକ ଆଜି ଦାଦନ ଖଟିବାକୁ ଯାଉଛନ୍ତି ।
ଗତ କୋଭିଡ ସମୟରେ ଯେତେବେଳେ ଦାଦନ ଖଟିବା ବାହାର ରାଜ୍ୟକୁ ଯାଇଥିବା ୧୦ ଲକ୍ଷ ଯୁବକ ଯୁବତୀ ଗଞ୍ଜାମ ଫେରି ଅଣା ହେଲା ।
ସେତେବେଳେ ରାଜ୍ୟ ସରକାର ଜବାବ ଦେଇଥିଲେ ଯେ , ସେମାନେ ଆଉ ଦାଦନ ଖଟିବାକୁ ୱାପସ ଯିବେ ନାହିଁ , ଏଠି ଟେକ୍ସ-ଟାଇଲ ପାର୍କ ହେବା ସହ ଏନଆରଇଜିଏସ ରେ କାମର ବ୍ୟବସ୍ଥା ହେବ , କିନ୍ତୁ ଦୁଃଖର କଥା , ସମୟ ଚାଲିଗଲା ୬ ମାସ ପରେ ସେମାନେ ପୁଣି ଦୁଃଖଭରା ହୋଇ ଫେରିଗଲେ ଆସିଥିବା ନିଜ ଅଞ୍ଚଳ ସ୍ଥାନକୁ। ।
ଓଡ଼ିଶାର ପାଣି , ଖଣି ଓ ପବନ ଦିନକୁ ଦିନ ନିଲାମ ହେବାରେ ଲାଗିଛି । ତେଣୁ ଓଡ଼ିଶାର ଜନସାଧାରଣ ମନ ବଦଲାଇଲେଣି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ଭାରତ ବର୍ଷର ଦାୟିତ୍ଵ ଦେବା ସହ ଓଡ଼ିଶାରେ ଏକ ବିକାଶ ମୁଖି ସରକାରକୁ ବିଜେପି ସରକାର ପ୍ରତିଷ୍ଠା କରିବା ପାଇଁ ଓଡ଼ିଶାର ଜନସାଧାରଣ ଚାହିଁଛନ୍ତି ।
ବିଜେପିର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ୨୦୨୪ ଉପରେ ମୁଖପାତ୍ର ଶ୍ରୀ ବେଉରା କହିଥିଲେ ଯେ , ନିର୍ବାଚନରେ ବିଜୟ ହେଲେ ପ୍ରତ୍ୟେକ ଘରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଫ୍ରୀ , ପ୍ରତ୍ୟେକ ଗରିବ ମହିଳାଙ୍କୁ ୧ ହଜାର ଟଙ୍କାର ସହାୟତା ଦିଆଯିବ ।
ବିଧବା ଓ ବୁଢ଼ାବୁଢ଼ୀ ଭତ୍ତା ବୟସ ଅନୁସାରେ ୧ ହଜାର ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ପର‌୍ୟ୍ୟନ୍ତ ଦିଆଯିବ , ପ୍ରତ୍ୟେକ ଗରିବଙ୍କୁ ପିଏମଏୱାଈ ରେ ଘର ପ୍ରଭୃତି ଉପରେ କହି ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ । ବାଇପାସ୍ ରାସ୍ତା ନିର୍ମାଣ କରାଯିବ ଏବଂ ଆବଶ୍ୟକତା ଦେଖି ଶିଳ୍ପ ପ୍ରତିଷ୍ଠା କରାଯିବ। ।
ଓଡ଼ିଶାକୁ ଭାରତ ବର୍ଷରେ ୧ ନମ୍ବର ରେ ପରିଣତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଦୃଷ୍ଟିଭଙ୍ଗୀ ରଖିଛନ୍ତି , ସେହି ଦୃଷ୍ଟିଭଙ୍ଗୀ ରୁ ଓଡ଼ିଶାରେ ଏକ ପ୍ରତିଷ୍ଠିତ ସରକାର ବିଜେପିର ସରକାର ଡବଲ ଇଞ୍ଜିନ ସରକାର କରିବା ପାଇଁ ଯେଉଁ ଆହ୍ବାନ ଦେଇଛନ୍ତି ଆମେ ତାକୁ ସଫଳ କରିବାକୁ ହେବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଜ୍ଞାନ ରଞ୍ଜନ ବେଉରା କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନଗର ସଭାପତି ଶ୍ରୀ ବସନ୍ତ କୁମାର , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ର , ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ଚିତ୍ରି ସିମାଦ୍ରି ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031