Indus Valley Times

ଗଜପତି: ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ: ବିଜେଡିର କେଡର ମାନେ ଶଙ୍ଖ ଛାଡି ବିଜେପିର ପଦ୍ମ ଧରିଲେ

 Breaking News

ଗଜପତି: ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ: ବିଜେଡିର କେଡର ମାନେ ଶଙ୍ଖ ଛାଡି ବିଜେପିର ପଦ୍ମ ଧରିଲେ

January 16
21:36 2022

ଗଣେଶ କୁମାର ରାକୁଙ୍କ ରିପୋର୍ଟ
ଗଜପତି,୧୬/୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜେପିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ମିଶ୍ରଣ-ପର୍ବ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମୋହନା ବ୍ଲକର କିଛି ବିଜେଡି ଦଳର କେଡର ତଥା ବରିଷ୍ଠ ନେତା ଶଙ୍ଖ ଛାଡି ବିଜେପିର ପଦ୍ମକୁ ଧରି ସାମିଲ ହୋଇଛନ୍ତି ।
ବିଜେଡି ଦଳ ଛାଡି ବିଜେପି ଦଳରେ ମିଶିଥିବା ଏହି ନେତାମାନେ ହେଲେ ମୋହନା ବ୍ଲକ ଲାବରସିଂ ପଞ୍ଚାୟତର ଶ୍ରୀ ବିଶ୍ଵନାଥ ବିଶୋଇରତ୍ନ , ଚନ୍ଦ୍ରଗିରି ପଞ୍ଚାୟତର ସୀମାଞ୍ଚଳ ଗୌଡ଼ ଏବଂ ଡିଲେଶ୍ୱର ଗୌଡ଼ ଓ କାମିଲି ଗୁଡାର ସଶ୍ମିତା ମଲ୍ଲିକ ପ୍ରମୁଖ ।
ଏମାନେ ସମସ୍ତେ ଦୀର୍ଘବର୍ଷ ଧରି ବିଜେଡି ଦଳରେ ରହି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଅଂଶଗ୍ରହଣ କରି ଆସୁଥିଲେ। ହେଲେ ବ୍ଲକରେ ଦଳପକ୍ଷରୁ କିଛିବର୍ଷ ହେଲା ଏମାନଙ୍କୁ ସମୂର୍ଣ୍ଣଭାବେ ଅଣଦେଖା କରାଯାଉଛି । ଯାହା ଫଳରେ ଏମାନେ ବିଜେଡି ଦଳ ଛାଡି ବିଜେପି ଦଳରେ ମିଶିଛନ୍ତି ବୋଲି କହିଛନ୍ତି ।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଦଳର ଜିଲ୍ଲା ପ୍ରଭାରୀ ଶ୍ରୀ ସରୋଜ କୁମାର ସାବତ ଏବଂ ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ:-ନାରାୟଣ ରାଓଙ୍କ ଉପସ୍ଥିତିରେ ଏମାନେ ବିଜେପି ଦଳରେ ସାମିଲ ହୋଇଛନ୍ତି ।
ବିଜେପି ଦଳ ପକ୍ଷରୁ ଏମାନଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା ।
ବିଜେପି ଦଳରେ ଏମାନେ ମିଶିଥିବା ଯୋଗୁଁ ସେହି ସମ୍ପୃକ୍ତ ଅଞ୍ଚଳରେ ଏମାନଙ୍କ ନେତୃତ୍ୱରେ ବିଜେପି ଅତ୍ୟନ୍ତ ସୁଦୃଢ଼ ହୋଇପାରିବ ବୋଲି କୁହାଯାଇଛି ।
ଏହି ମିଶ୍ରଣ-ପର୍ବ କାର୍ଯ୍ୟକ୍ରମରେ ବିଜେପିର ବହୁ ସଂଖ୍ୟାରେ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031