Indus Valley Times

ଗଜପତି: ବିଜେପି ଯୁବମୋର୍ଚ୍ଚାର ପ୍ରେସମିଟ, ବିଜେଡି ସରକାରକୁ ପ୍ରଶ୍ନ;୨୨ ବର୍ଷ ଶାସନର ୨୨ଟି ପ୍ରଶ୍ନର ଉତ୍ତର ଦିଅ

 Breaking News

ଗଜପତି: ବିଜେପି ଯୁବମୋର୍ଚ୍ଚାର ପ୍ରେସମିଟ, ବିଜେଡି ସରକାରକୁ ପ୍ରଶ୍ନ;୨୨ ବର୍ଷ ଶାସନର ୨୨ଟି ପ୍ରଶ୍ନର ଉତ୍ତର ଦିଅ

September 11
09:31 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୯: ପାରଳାଖେମୁଣ୍ଡି ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ବିଜେଡି ସରକାରଙ୍କ ୨୨ବର୍ଷ ଶାସନ କାଳ ଉପରେ , ୨୨ଟି ପ୍ରଶ୍ନ କୁ ନେଇ ଏକ ପ୍ରେସମିଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା ଏହି ପ୍ରେସମିଟରେ ଅଧିକ ସୂଚନା ଦେଇ କହିଥିଲେ। । ଗତ କିଛିଦିନ ତଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏୱାର୍ଡ ପାଇଥିଲେ । ସେହି ଏୱାର୍ଡ କୁ ନେଇ ବିଜେଡି ପକ୍ଷରୁ ଜୋରଦାର ଉତ୍ସବ ପାଳନ କରିଥିବା ବେଳେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଏହାକୁ ଦୃଢ଼ ବିରୋଧ ଓ ସମାଲୋଚନା କରାଯାଇଛି
ରଜ୍ୟର ବିଜେଡି ସରକାରଙ୍କ ୨୨ ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟରେ ସେଭଳି କୌଣସି ବିକାଶ କାର୍ଯ୍ୟ ହୋଇ ପାରିନାହିଁ। ସେଥିପାଇଁ ରାଜ୍ୟ ସ୍ତରରେ ବିଜେପି ଯୁବମୋର୍ଚ୍ଚା ବିଜେଡି ସରକାର ପାଖରେ ୨୨ ଟି ପ୍ରଶ୍ନ ପଚାରିଛି ।
ଏହି ସମସ୍ତ ୨୨ ଟି ପ୍ରଶ୍ନକୁ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସମର୍ଥନ କରା ଯାଇଥିବା ବେଳେ ଜିଲ୍ଲା ସ୍ତରରେ ମଧ୍ୟ ଅବହେଳିତ ଥିବା ଗଜପତି ଜିଲ୍ଲା ପାଇଁ ୨୨ଟି ପ୍ରଶ୍ନ ବିଜେଡି ସରକାରଙ୍କୁ ପଚରା ଯାଇଛି ।
ସେହି ପ୍ରଶ୍ନ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଗଜପତି ଜିଲ୍ଲାର ଗଙ୍ଗାବାଡ ଠାରେ ସିମା ବିବାଦ , ସେଠାରେ ରାସ୍ତାଘାଟ ଓ ବିଦ୍ୟୁତ୍ ଓ ପାନୀୟ ଜଳ ଅଭାବ , ପହରା ଅଭାବ ଜଙ୍ଗଲରୁ ରକ୍ତ ଚନ୍ଦନ ଗଛ କଟାଯାଇ ବାହାରକୁ ଚାଲାଣ , ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ବିକାଶ ଅଭାବରେ ଅପନ୍ତରା ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି କଲେଜରେ ଅଧ୍ୟାପକ ଅଭାବ , ବୃନ୍ଦାବନ ପ୍ୟାଲେସ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ପ୍ରଭୃତି ଉପରେ ବିକାଶ କେବେ ହେବା ବୋଲି ପ୍ରଶ୍ନ କରାଯାଇଛି ।
ରାଜ୍ୟ ସରକାର କିଣା ଏୱାର୍ଡ ଆଣି ବାହାବା ନେବା ବନ୍ଦ କରନ୍ତୁ , ରାଜ୍ୟ ତଥା ଜିଲ୍ଲା ଅଞ୍ଚଳର ବିକାଶ ପାଇଁ ଦୃଷ୍ଟି ଦିଅନ୍ତୁ ।
ନଚେତ୍ ବିଜେପି ଯୁବମୋର୍ଚ୍ଚା ଏହାର ବିରୁଦ୍ଧରେ ରାଜ ରାସ୍ତାକୁ ଓହ୍ଲାଇବ ଏବଂ ରାଜ୍ୟ ସରକାର ତାର ଆକ୍ରୋଶର ଶିକାର ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ବାବୁନା ବେହେରା ଓ ଯୁବମୋର୍ଚ୍ଚା ର ଶ୍ରୀ କେ ଯୁବରାଜ ପ୍ରମୁଖ ମଞ୍ଚାସିନ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031