Indus Valley Times

ଗଜପତି: ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସ ଆକ୍ରମଣ ପ୍ରତିବାଦରେ ଅଭିଯୋଗ ଏତଲା ଦାଏର

 Breaking News

ଗଜପତି: ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସ ଆକ୍ରମଣ ପ୍ରତିବାଦରେ ଅଭିଯୋଗ ଏତଲା ଦାଏର

March 03
22:06 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୩: ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସ\’ର ଅତର୍କିତ ଓ ମରଣାନ୍ତକ ଆକ୍ରମଣ ପ୍ରତିବାଦ କରି ଭାରତୀୟ ଜନତା ପାର୍ଟି ପକ୍ଷରୁ ପାରଳାଖେମୁଣ୍ଡି ଥାନାରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ର\’ଙ୍କ ନେତୃତ୍ୱରେ ଦଳୀୟ କର୍ମୀଙ୍କ ଗହଣ ଅଭିଯୋଗ ଏତଲା ଦିଆଯାଇଛି। ।
ବିଜେପି: ପକ୍ଷରୁ ଦିଆ ଯାଇଥିବା ଅଭିଯୋଗ ଏତଲାରେ ଦର୍ଶାଯାଇଛି ଯେ , ଗତ ୨୮.୦୨.୨୦୨୩ ରିଖ ମଙ୍ଗଳବାର ଦିନ ବିଜେପି ଯୁବ ମୋର୍ଚ୍ଚା , ଓଡ଼ିଶା ପ୍ରଦେଶ ତରଫରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କରାଯିବା ନେଇ ପୂର୍ବ ସୂଚନା ଦିଆ ଯାଇଥିଲା ।
ପ୍ରତିବାଦ ଶୋଭାଯାତ୍ରା ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନରୁ ବାହାରି ପିଏମଜି: ଛକ ପର୍ଯ୍ୟନ୍ତ ଯିବା ବେଳେ ପୋଲିସ ଆମର ବିଜେପି: କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବରେ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରିଥିଲା ।
ସାଧା ପୋଷାକଧାରୀ ପୋଲିସ ଏବଂ ଶାସକ ଦଳର ଗୁଣ୍ଡା ମାନଙ୍କ ମିଳିତ ଆକ୍ରମଣରେ ଶତାଧିକ ଦଳୀୟ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆଘାତ ପାଇବା ସହ ଏବେ ଚିକିତ୍ସାଧୀନ ଅଛନ୍ତି ।
ଶୋଭାଯାତ୍ରା ସମୟରେ ଆମ ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଅସଦାଚରଣ କରାଯିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରା ଯାଇଥିଲା , ଯାହାର ଦୃଶ୍ୟ କି ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି।
ପୋଲିସ ଡିଜି ସୁନିଲ ବଂଶଲ , ଭୁବନେଶ୍ବର – କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଏହି ଘଟଣାର ନିରପେକ୍ଷ ତଦନ୍ତ ନ କରି ଆକ୍ରୋଶମୂଳକ ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ , ଯାହାକି ଏଭଳି ଆଚରଣ ପୋଲିସର ବିଶ୍ୱସନୀୟତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଭାରତୀୟ ଜନତା ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ପୋଲିସ ଯେଉଁଭଳି ଅମାନୁଷିକ ଭାବେ ଆକ୍ରମଣ କରିଛି , ସେଥ୍ରେ ରାଜ୍ୟର ସାଢେ ୪ କୋଟି ଓଡ଼ିଆ ମାନସିକ ସ୍ତରରେ ଆଘାତ ପାଇଛନ୍ତି ।
ପୋଲିସ ପ୍ରଶାସନର କିଛି ଅଫିସର ବିଜେଡିର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ।
ପୋଲିସ ଡିଜି , ଭୁବନେଶ୍ବର – କଟକ ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶ\’ରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଆମ କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିଛନ୍ତି ।
ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସ\’ଙ୍କୁ ପୋଲିସ ଏଏସଆଇ: ହତ୍ୟା କରିଛି । ଏହି କଥାକୁ ବିଜେପି: ବାରମ୍ବାର କହୁଥିବା ଯୋଗୁଁ ପୋଲିସ ପ୍ରଶାସନ ବିଜେପି ଉପରେ ଆକ୍ରୋଶମୂଳକ ମନୋଭାବ ଜାରି ରଖିଛି । ସେଥିପାଇଁ ପୋଲିସ ଏପରି କାର୍ଯ୍ୟ କରିଛି ।
ତେଣୁ ପୋଲିସ ଡିଜି , ଭୁବନେଶ୍ବର – କଟକ ପୋଲିସ କମିଶନର ଏବଂ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଏତଲା ଦାୟର କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ଅନୁରୋଧ କରୁଛୁ ବୋଲି ଲିଖିତ ଅଭିଯୋଗ ଏତଲାରେ ଦର୍ଶାଯାଇଥିବା କୁହାଯାଇଛି ।
ଶ୍ରୀ ସିଦ୍ଧେଶ୍ୱର ମିଶ୍ର , ଶ୍ରୀ ଜଗନ୍ନାଥ ମହାପାତ୍ର , ଶ୍ରୀ ଟି: ବସନ୍ତ କୁମାର , ଅରୁଣିମା ସାହୁଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

 

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930