Indus Valley Times

ଗଜପତି: ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଯୋଜନା-ବଦ୍ଧ ଆକ୍ରମଣର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏସପି: ଅଫିସ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

 Breaking News

ଗଜପତି: ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଯୋଜନା-ବଦ୍ଧ ଆକ୍ରମଣର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏସପି: ଅଫିସ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ଗଜପତି: ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଯୋଜନା-ବଦ୍ଧ ଆକ୍ରମଣର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏସପି: ଅଫିସ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ
March 04
20:05 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୪/୩:ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ପୋଲିସର ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ ଏବଂ ଏ ସମ୍ପର୍କରେ ରାଜ୍ୟର ବିଭିନ୍ନ ଜିଲ୍ଲା ଥାନାରେ ବିଜେପି ପକ୍ଷରୁ ଏତଲା ଦେବା ପରେ ମଧ୍ୟ କେଶ ରୁଜୁ ନ ହେବା ପ୍ରତିବାଦରେ ଆଜି ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପୋଲିସ ଏସପି:ଙ୍କ କାର୍ଯ୍ୟାଳୟ ଠାରେ ଘେରାଉ , ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରେ ଘଟଣା ସମ୍ପର୍କରେ ଜଣାଇବା ସହ ଥାନାରେ ଦିଆ ଯାଇଥିବା ଏତଲା ପଞ୍ଜିକରଣ କରିବା ପାଇଁ ଏସପି:ଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ର\’ଙ୍କ ନେତୃତ୍ୱ\’ରେ ବିଜେପିର ବିଭିନ୍ନ ବର୍ଗର ଶତାଧିକ କର୍ମୀ ସାମିଲ ରହି ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କର୍ମୀ ମାନେ ବ୍ୟାନର ଓ ପ୍ଳା-କାର୍ଡ ଧରି ରାଜ୍ୟ ସରକାର ବିରୋଧୀ ବିଭିନ୍ନ ନାରା ଦେଇଥିଲେ ।
ଏ ସମ୍ପର୍କରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ , ଗତ
୨୮.୦୨.୨୦୨୩ ରିଖ ଦିନ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ଠାରେ ରାଜ୍ୟ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଧାନସଭା ଘେରାଉ କରାଯିବା କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା । ଏହି ସମୟରେ ପୋଲିସ ନବୀନ ସରକାର ଓ ଶାସକ ଦଳର ଚାପରେ ଆମ ବିଜେପି କାର୍ଯ୍ୟକର୍ତ୍ତା ଙ୍କୁ ପୂର୍ବ ଯୋଜନା ପ୍ରକାରେ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରି ମିଥ୍ୟା କେଶ ଲଗାଇ ଗିରଫ କରିଥିଲେ ।
ପୋଲିସ\’ର ଏହି ଯୋଜନା ବଦ୍ଧ ଗିରଫ-ଦାରୀରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିଶଙ୍କ ସମେତ ଦଳର ୨୫ ଜଣ ଶିକାର ହୋଇଛନ୍ତି । ଏହି ଘଟଣା ଆକ୍ରୋଶମୂଳକ ଭାବେ ଶାସକ ଦଳର ପ୍ରରୋଚନାରେ କରାଯାଇଛି । ତେଣୁ ଗିରଫ ମାନଙ୍କୁ ତୁରନ୍ତ ଛାଡ଼ି ଦେବା ପ୍ରତିବାଦରେ ଆଜିର ଏହି ଆନ୍ଦୋଳନ ।
ଏ ସମ୍ପର୍କିତ ଏତଲା ଦାୟର କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ବିଭିନ୍ନ ଥାନାରେ ଏତଲା ଦେଇଥିଲୁ । କିନ୍ତୁ , ଆମ ଏତଲାକୁ ପଞ୍ଜିକରଣ କରା ଯାଇନାହିଁ । ଜିଲ୍ଲାର ବିଭିନ୍ନ ଥାନାରେ ଦେଇଥିବା ଏତଲାକୁ ତୁରନ୍ତ ପଞ୍ଜିକରଣ କରିବା ପାଇଁ ଆମେ ଆପଣଙ୍କ ନିକଟରେ ଦାବି କରୁଛୁ ବୋଲି ପ୍ରଦାନ କରା ଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି। ଏ ଦିଗରେ ଯଦି କୌଣସି ବିହୀତ ପଦକ୍ଷେପ ନିଆ ନ ଯାଏ , ତା ହେଲେ ଏହାର ବିରୁଦ୍ଧରେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚାର ଶ୍ରୀ କେ: ଯୁବରାଜ , ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଶ୍ରୀ ସନ୍ତୋଷ ଜେନା , କାଉନସିଲର ଶ୍ରୀ ବାନୁନା ବେହେରା , ଅରୁଣିମା ସାହୁଙ୍କ ସମେତ ବହୁ ସଂଖ୍ୟାରେ ବିଜେପି\’ର ବିଭିନ୍ନ ୟୁନିଟର ନେତା ଓ କର୍ମୀ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031