Indus Valley Times

ଗଜପତି: ବିପୁଳ ପରିମାଣର ମୂଲ୍ୟବାନ ଚନ୍ଦନ କାଠ ଜବତ : ୨ ଗିରଫ

 Breaking News

ଗଜପତି: ବିପୁଳ ପରିମାଣର ମୂଲ୍ୟବାନ ଚନ୍ଦନ କାଠ ଜବତ : ୨ ଗିରଫ

October 22
21:24 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୧୦: ଗତ ରାତିରେ ଗଜପତି ଜିଲ୍ଲାର କାଶୀନଗର ପୋଲିସ ରାତ୍ର ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଚନ୍ଦନ କାଠ ଚୋରକୁ ଧରିବାରେ ଏକ ବଡ଼ ସଫଳତା ମିଳିଥିବା ଜଣାପଡିଛି ।
କାଶୀନଗର ପୋଲିସର ରାତ୍ର ପେଟ୍ରୋଲିଁଙ୍ଗ ସମୟରେ ଏମଭି: ଚେକିଙ୍ଗ ବେଳେ ଜଣେ ଚନ୍ଦନ କାଠ ଚୋର ଅମିତ ଦେବ ମଣ୍ଡଳ ସୀତାପୁର ଗ୍ରାମଠାରେ ମଦ୍ୟପନ କରି ରାତିରେ ବୁଲୁଥିଲା ।
ତାକୁ ଦେଖି ପୋଲିସ ସନ୍ଦେହରେ ପଚରା ଉଚରା କରି ତା ଠାରୁ ୨୦ କେଜି ଚନ୍ଦନ କାଠ ଜବତ କରିଥିଲେ । ଅଧିକ ପଚରା ଉଚୁରା କରି ସେତେ ବେଳେ ପୋଲିସ ଜାଣି ପାରିଲେ ଯେ ମଣ୍ଡଳ ଚୋରାରେ ଚନ୍ଦନ କାଠ ଆଣି କେ:ସୀତାପୁର ଗ୍ରାମର ଜନାର୍ଦ୍ଦନ ଚରତି ନାମକ ଜଣେ ଚୋର ବେପାରୀକୁ ବିକ୍ରି କରିଥିବା ଜାଣି ଚରତିର ସିମେଣ୍ଟ ଗୋଦାମ ଯାଞ୍ଚ କରି ସେଠାରେ ମହଜୁଦ ଥିବା ୫୭ କେଜି ଚନ୍ଦନ କାଠ ଜବତ କରିଥିଲେ ।
ଏହି ମାମଲାରେ କାଶୀନଗର ପୋଲିସ ଅମିତ ମଣ୍ଡଳ ଓ ଜନାର୍ଦ୍ଦନ ଚରତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । କାଶୀନଗର ଥାନା ଥାନାଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇ କହିଛନ୍ତି ଯେ , ଏହି ଚନ୍ଦନ କାଠ ଚୋରି ମାମଲାରେ ଚୋରି କେସ ୩୭୯ ଦଫା ଓ ଜଙ୍ଗଲ ନିୟମ ୫୧ ଧାରା ପ୍ରକାରେ ୧୩୦/୨୨ ରେ ଥାନା ରେ କେସ କରା ଯାଇଛି ।
ଚନ୍ଦନ କାଠ ସବୁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଜଙ୍ଗଲ ଅଞ୍ଚଳରୁ ଆଣି କେ: ସିତାପୂର୍ ଗ୍ରାମରେ ରଖା ଯାଇଥିଲା । ଚନ୍ଦନ କାଠ ଗୁଡ଼ାକ ଛୋଟ ଛୋଟ ଜାଳେଣି କାଠ ଭଳି ପ୍ରାୟ ୫ଟି ଜାରି ଅଖାରେ ରଖା ଯାଇଥିଲା ।
ଏ ସମ୍ପର୍କରେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସୂଚନା ଦେବା ପରେ ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଜବତ ଚନ୍ଦନ କାଠ ଓଜନ କରି ସେ ସବୁ ୭୭ କେଜି ୮୦୦ ଗ୍ରାମ ଥିବା ଏବଂ ଏ ସବୁର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଚୁଚନା ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031