Legatus

ଗଜପତି: ବୁରୁସିଂ ଏବଂ ଏଙ୍ଗାରସିଂ ଗ୍ରାମରେ ମଧୁମେହ ଓ ରକ୍ତଚାପ ରୋଗ ସମ୍ପର୍କିତ ସଚେତନତା ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ବୁରୁସିଂ ଏବଂ ଏଙ୍ଗାରସିଂ ଗ୍ରାମରେ ମଧୁମେହ ଓ ରକ୍ତଚାପ ରୋଗ ସମ୍ପର୍କିତ ସଚେତନତା ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

January 21
20:33 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୧: ଦେଶାଇ ଫାଉଣ୍ଡେସନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ ରାୟଗଡ଼ ବ୍ଲକର , ପୁତ୍ତାର ପଞ୍ଚାୟତର ବୁରୁସିଂ ଓ ଏଙ୍ଗାରସିଂ ପଞ୍ଚାୟତର ଏଙ୍ଗାରସିଂ ଗ୍ରାମରେ ଗ୍ରାମବାସୀ ମାନଙ୍କ ନିମନ୍ତେ ଦୁଇ ଦିନିଆ ମଧୁମେହ ଓ ରକ୍ତଚାପ ରୋଗ ବିଷୟରେ ସଚେତନତା କରାଯିବା ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପୁତ୍ତାର ପଞ୍ଚାୟତ ର ସରପଞ୍ଚ , ଓ ଏଙ୍ଗାରସିଂ ପଞ୍ଚାୟତ ର ସମିତି ସଭ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସ୍ୱାସ୍ଥ୍ୟ ପରୀକ୍ଷାର ବିଭିନ୍ନ ଉପକାରିତା ବିଷୟରେ କହି ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନ କରାଇଥିଲେ ।
ମୁଖ୍ୟତଃ ଗ୍ରାମାଞ୍ଚଳରେ ଲୋକମାନେ ମଧୁମେହ ରୋଗ କଣ ଏବଂ ଏହା କାହିଁକି ହୁଏ ଓ ଏହାର ନିରାକରଣ ବିଷୟରେ ସେମାନଙ୍କର କୌଣସି ଧାରଣା ନ ଥାଏ । ଏହି ରୋଗ ଉପରେ ସମସ୍ତେ ସଚେତନ ହେବା ସହ ଏହି ରୋଗର ପ୍ରତିକାର ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ରୋଗ ଠାରୁ ଦୁରେଇ ରହିବା ପାଇଁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ କହିଥିଲେ।
ସ୍ୱାସ୍ଥ୍ୟ ପରୀକ୍ଷକ ତଥା ଡିଏମ:ଏଲଟି:- ବିଏସସି: ଶିବାଜୀ ଏହି କାର୍ଯ୍ୟକ୍ରମରେ , ଯୋଗ ଦେଇ ମଧୁମେହ ଓ ରକ୍ତଚାପ ରୋଗ ହେବାର କାରଣ , ଲକ୍ଷଣ ଓ ନିରାକାରଣ ବିଷୟରେ ଲୋକଙ୍କୁ କହି ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଅଧିକ ଲୋକ ଯୋଗ ଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ମାଗଣା ଔଷଧ ଦିଆ ଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଦେଶାଇ ଫାଉଣ୍ଡେସନର ଜଗନ୍ନାଥ ଗମାଙ୍ଗ ଏବଂ କରୁଣାକର ଗମାଙ୍ଗ:- ସିଏଫଏଚ: ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ଦେଶାଇ ଫାଉଣ୍ଡେସନ କର୍ମକର୍ତ୍ତାଙ୍କ ସମେତ ଅଙ୍ଗନବାଡି ଓ ଆଶା କର୍ମୀ ମାନେ ସହଯୋଗ କରିଥିଲେ।
ଏହି ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମବାସୀ ବିଶେଷ ଉପକୃତ ହୋଇ ପାରୁଥିବା ଯୋଗୁଁ ଗ୍ରାମବାସୀ ମାନେ ସିସିଡି ଅନୁଷ୍ଠାନକୁ ସାଧୁବାଦ ଜଣାଇବା ସହ ଦେଶାଇ ଫାଉଣ୍ଡେସନ ପକ୍ଷରୁ ଏହିପରି କାର୍ଯ୍ୟକ୍ରମ ଆଗକୁ ଏଭଳି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅଧିକ କରିବା ପାଇଁ ନିବେଦନ ଜଣାଇ ଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930