Indus Valley Times

ଗଜପତି: ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ଜନଜାତି ଗୌରବ ଦିବସ କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି: ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ଜନଜାତି ଗୌରବ ଦିବସ କାର୍ଯ୍ୟକ୍ରମ ପାଳିତ

November 16
14:26 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତି ଗୌରବ ଦିବସ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆନୁକୁଲ୍ୟରେ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାଳିତ ହୋଇଯାଇଛି ।
ଏହି ଅବସରରେ ଶତାଧିକ ସଂଖ୍ୟାରେ ଆଦିବାସୀ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀ ଓ ଏବିଭିପିର କର୍ମକର୍ତ୍ତା ମାନେ ସ୍ଥାନୀୟ ଗଜପତି କଲେଜ ଛକଠାରୁ ବିଭିନ୍ନ ସଚେତନତା ମୁଳକ ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପ୍ୟାଲେସ ଦେଇ ସମ୍ମିଳନୀ ସଭା ସ୍ଥଳ ଠାରେ ପହଞ୍ଚିଥିଲେ ।
ପରେ ସ୍ଥାନୀୟ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଜନଜାତି ବିଦ୍ୟାର୍ଥୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଏବିଭିପିର ଜିଲ୍ଲା ପ୍ରମୁଖ ଶ୍ରୀ ବାଳକୃଷ୍ଣ ଜେନାଙ୍କ ସଭାପତିତ୍ବରେ ଫ୍ରାକ୍ଟାଲ ଏନାଲିଟିକ ଏଙ୍ଗେଜମେଣ୍ଟ ମ୍ୟାନେଜର ଶ୍ରୀ ଅମ୍ରିତ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ସଂଗ୍ରାମୀ ଜୀବନୀ ଓ ଜନଜାତି ଗୌରବ ଦିବସ ପାଳନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଆଦିବାସୀ ଜନନାୟକ ଭଗବାନ ବିର୍ସା ମୁଣ୍ଡା କିଭଳି ସ୍ଵାଧୀନତା ସଂଗ୍ରାମରେ ଜ୍ୱଳନ୍ତ ଶିକାରରେ ଆହୁତି ହୋଇ ଦେଶପାଇଁ କେବେବି ପଛଘୁଞ୍ଚା ଦେଇ ନ ଥିଲେ।
ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନିଜର ଜନଜାତି ଲୋକଙ୍କ ମାଧ୍ୟମରେ ନିଜ ଜନ୍ମ ମାଟିକୁ ସ୍ଵାଧୀନ କରିବା ପାଇଁ ସେ ଯେଉଁ ପ୍ରୟାସ କରି ଯାଇଛନ୍ତି , ତାହା ଇତିହାସରେ ଆମର ହୋଇ ରହିବ ।
ତେଣୁ ଆଗାମୀ ଯୁବପିଢି ତାଙ୍କ ଆଦର୍ଶରେ ଉଦବୁଦ୍ଧ ହୋଇ ଏବଂ ଏହି ସ୍ମରଣୀୟ ଦିବସକୁ ଆହୁରି ଉଦଜିବିତ କରି ଜନ ମାନସରେ ଜାତୀୟ ପ୍ରୀତି ମନୋଭାବ ସୃଷ୍ଠି କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏବିଭିପିର ଜିଲ୍ଲା ସଂଯୋଜକ ମୁଖଲିଙ୍ଗ ପିଡିକାକା ଓ ହରି ମୋହନ ପଟ୍ଟନାୟକ ମଞ୍ଚାସିନ ଥିଲେ ।
ଶ୍ରୀ ମାନସ ରଞ୍ଜନ ମହନ୍ତ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଡିଗ୍ରୀ କଲେଜର ଅଧ୍ୟାପିକା ଡଃ ଭାରତୀ ପାଣିଗ୍ରାହୀ ଓ ଏବିଭିପିର ଜିଲ୍ଲା ସହ ପ୍ରମୁଖ ଶ୍ରୀ ସମୀର ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031