Indus Valley Times

ଗଜପତି: ଭର୍ଚୁଆଲ ଉପକେନ୍ଦ୍ର ପକ୍ଷରୁ ଡେଙ୍ଗୁ ଦିବସ ପାଳିତ

 Breaking News

ଗଜପତି: ଭର୍ଚୁଆଲ ଉପକେନ୍ଦ୍ର ପକ୍ଷରୁ ଡେଙ୍ଗୁ ଦିବସ ପାଳିତ

ଗଜପତି: ଭର୍ଚୁଆଲ ଉପକେନ୍ଦ୍ର ପକ୍ଷରୁ ଡେଙ୍ଗୁ ଦିବସ ପାଳିତ
May 17
09:48 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୫: ପାରଳାଖେମୁଣ୍ଡି ପୌର ପରିଷଦର ୧୪-ନଂ ଏବଂ ୧୬-ନଂ ୱାର୍ଡରେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନ୍ତର୍ଗତ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଭର୍ଚୁଆଲ ସବ-ସେଣ୍ଟର ପକ୍ଷରୁ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଏଏନଏମ: ଶ୍ରୀମତୀ ଭି: ଲକ୍ଷ୍ମୀ କୁମାରୀ ପଟ୍ଟନାୟକ ଏବଂ ଏଏନଏମ: ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ମେଦ୍ରି ସାହି ଠାରୁ ଡେଙ୍ଗୁ ରୋଗରୁ ସୁରକ୍ଷିତ ରହିବା ଉଦ୍ଦେଶ୍ୟ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।
ବ୍ୟାନର ଧରି ମାଇକ ଯୋଗେ ଡେଙ୍ଗୁ ରୋଗ କଣ , କେଉଁ ମଶା ଓ କେତେ ବେଳେ କାମୁଡ଼ିଲେ ଏହି ଡେଙ୍ଗୁ ରୋଗ ସଂକ୍ରମିତ ହୋଇଥାଏ , ଡେଙ୍ଗୁ ରୋଗର ଲକ୍ଷଣ ସବୁ କଣ ଏବଂ ଲକ୍ଷଣ ଦେଖା ଦେଲେ ଡାକ୍ତର\ ପରାମର୍ଶ ନେବା , ଡେଙ୍ଗୁ ରୋଗ ନ ହେବାପାଇଁ କିଭଳି ଓ କେମିତି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବେ ପ୍ରଭୃତି ସହ ପରିବେଶ ସଫାସୁତୁରା ରଖିବା , ଶୋଇବା ବେଳେ ମଶାରୀ ବ୍ୟବହାର କରିବା , ଘର ପାଖରେ ଓଦଳିଆ ସ୍ଥାନ ଓ ପାଣି ଜମାଇ ନ ରଖିବା ପ୍ରଭୃତି ଉପରେ ଜନସଚେତନ କରାଇଥିଲେ ।
ଶୋଭାଯାତ୍ରା ବେଳେ ଲୋକମାନଙ୍କୁ ଡେଙ୍ଗୁ ରୋଗ ଉପରେ ସଚେତନତା ମୂଳକ ପ୍ରଚାର ପତ୍ର ବଣ୍ଟନ କରିବା ସହ ଓଦାଳିଆ ସ୍ଥାନ ଓ ପାଣି ଜମି ରହିଥିବା ଏବଂ ଅପରିଷ୍କାର ସ୍ଥାନରେ ବ୍ଲିଚିଂଙ୍ଗ ପାଉଡର ସିଞ୍ଚନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଆଶାକର୍ମୀ ଶ୍ରୀମତୀ ସୁଜାତା ପାଢ଼ୀ , ଶ୍ରୀମତୀ ସନ୍ତୋଶୀ ପ୍ରଧାନ , ସୁନୀତା ପଟ୍ଟନାୟକ ଏବଂ ଏ: ପ୍ରଭାବତୀ ଓ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ସସ୍ମିତା ଅଧିକାରୀ ପ୍ରମୁଖ ସାମିଲ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031