Indus Valley Times

ଗଜପତି:-ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଓ ପାରଳାଖେମୁଣ୍ଡି ” ପ୍ରସଙ୍ଗ ଉପରେ ଜିଲ୍ଲାର ଅଧ୍ୟାପକ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ

 Breaking News

ଗଜପତି:-ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଓ ପାରଳାଖେମୁଣ୍ଡି ” ପ୍ରସଙ୍ଗ ଉପରେ ଜିଲ୍ଲାର ଅଧ୍ୟାପକ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ

September 05
10:43 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତଯ, ୫/୯ : ପାରଳାଖେମୁଣ୍ଡି ସ୍ଥିତ ଐତିହାସିକ ପୀଠ ଉତ୍କଳ ହିତୈଷିଣି ସମାଜ ସଭାଗୃହ ଠାରେ ରବିବାର ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ , ଗଜପତି ଜିଲ୍ଲାଶାଖା ପକ୍ଷରୁ “ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଓ ପାରଳାଖେମୁଣ୍ଡି” ପ୍ରସଙ୍ଗ ଉପରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ମାନଙ୍କୁ ନେଇ ଦାବୀ ଉପସ୍ଥାପନା କ୍ଷେତ୍ରରେ ସହଯୋଗ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଲୋକ-ସଂସଦ ଜିଲ୍ଲା ଶାଖା ସଭାପତି ତଥା କାର୍ଯ୍ୟକ୍ରମର ଆଲୋଚକ ଐତିହାସିକ ଓ ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତିତ୍ବରେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ , ପ୍ରାଧ୍ୟାପକ ଡଃ ଅଜୟ କୁମାର ତ୍ରିପାଠୀ ଯୋଗଦେଇ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ପ୍ରଥମ କରି ପାରଳାଖେମୁଣ୍ଡିରେ ହୋଇଥିଲା ।
ଅତୀତରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ସେତେଟା ବିସ୍ତୃତ କି ପ୍ରଭାବଶାଳୀ ନ ଥିବା ଯୋଗୁଁ ତାହା ଲୋକ-ଲୋଚନର ଅନ୍ତରାଳରେ ରହିଗଲା । ତେଣୁକରି ଏ ପ୍ରସଙ୍ଗ ଉପରେ ସମସ୍ତେ ଜାଣନ୍ତୁ ଏ ପାରଳା ମାଟିରେ ଏକ ସ୍ଵାଧୀନତା ସଂଗ୍ରାମ ହୋଇଥିଲା , ଯେଉଁ ସ୍ଵାଧୀନତା ସଂଗ୍ରାମ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ପାଇବାର ସମ୍ପୂର୍ଣ୍ଣ ହକଦାର ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ସ୍ଵାଧୀନତା ସଂଗ୍ରାମକୁ ଜାତୀୟ ସ୍ତରରେ ପ୍ରଥମର ମାନ୍ୟତା ନିମନ୍ତେ ଦୃଢ଼ ଦାବୀ କରାଯିବା ସହ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା ।
ଏ ସମ୍ପର୍କରେ ଐତିହାସିକ ତଥା “ପାରଳାର ଲଲାମ – ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ (୧୭୬୭-୧୮୩୪) ପୁସ୍ତକର ସ୍ରଷ୍ଟା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସବିଶେଷ ତଥ୍ୟ ପ୍ରଦାନ କରି ବିସ୍ତୃତ ଆଲୋଚନା କରିଥିଲେ। ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସଂସଦର ସମ୍ପାଦିକା ଶ୍ରୀମତୀ ସସ୍ମିତା ଦାସ , ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଏବଂ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେବା ସହ ପୁସ୍ତକ ପ୍ରସଙ୍ଗ ଉପରେ ରହିଥିବା ନିଜର ସନ୍ଦେହ ମୂଳକ ପ୍ରଶ୍ନ ଗୁଡ଼ିକ , ଏ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରଶ୍ନ ଉପସ୍ଥାପିତ କରି ପୁସ୍ତକର ସ୍ରଷ୍ଟା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଠାରୁ ଉପଯୁକ୍ତ ଉତ୍ତର ପାଇ ସନ୍ଦେହ ଦୂର କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ , ଯେତେବେଳେ ସମଗ୍ର ଭାରତ ବର୍ଷ ୧୮୫୭ ର ସିପାହୀ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେଇଛି , ସେତେବେଳେ ଓଡ଼ିଶାର ୧୮୧୭ ମସିହାର ପାଇକ ବିଦ୍ରୋହ ଦାବୀ କରୁଛି ପ୍ରଥମର ମାନ୍ୟତା । ଏହି ଆନ୍ଦୋଳନର ପୃଷ୍ଠ ଭୂମିରେ ପାରଳା\ ସମସ୍ତ ଅବଦାନ ଗୌଣ ପାଲଟିଛି ।
ଏମିତିକି , ୧୮୧୭ ମସିହାର ଅନେକ୍ ପୂର୍ବରୁ ଏହି ମାଟିର ସନ୍ତାନ ମାନେ ଦେଇଛନ୍ତି ଇଂରେଜ ମାନଙ୍କ ବିରୁଦ୍ଧରେ ପ୍ରଥମ ରଣହୁଙ୍କାର । ଏହି ସଫଳ ବିଦ୍ରୋହର କାଣିଚାଏ ସ୍ମୃତି ମଧ୍ୟ କୌଣସି ଇତିହାସ ପୃଷ୍ଠାରେ ପ୍ରଥମର ମାନ୍ୟତା ପାଇ ପାରିନାହିଁ । ଏପରିକି , ସମସ୍ତ ବରେଣ୍ୟ ଐତିହାସିକ ଏ ଦିଗରେ ସମ୍ପୂର୍ଣ୍ଣ ନୀରବ ବୋଲି କାର୍ଯ୍ୟକ୍ରମରେ ସାମୁହିକ ଭାବେ ମାତା ପ୍ରକାଶ ପାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ରାମକୃଷ୍ଣ ବେବର୍ତ୍ତା ଓଁକାର ଧ୍ଵନି ଓ ଶାନ୍ତି ପାଠ କରିଥିବା ବେଳେ ଶ୍ରୀମତୀ ବି କୋମଲାଙ୍ଗି ପ୍ରାରମ୍ଭିକ ସଙ୍ଗୀତ ଓ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ଛାତ୍ରୀ ପ୍ରିୟା ପ୍ରଧାନ ବିବେକ ବାଣୀ ପାଠ କରିଥିଲେ ଏବଂ ଶ୍ରୀ ମନୋଜ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଭାରତ ଭୂଷଣ ମହାନ୍ତି , ଶ୍ରୀ ମୂରଲୀଧର ପରିଛା , ଶ୍ରୀ ବିଷ୍ଣୁ ଚରଣ ପଣ୍ଡା , ଶ୍ରୀ ତ୍ରିପତି ପଣ୍ଡା ଏବଂ ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031