Indus Valley Times

ଗଜପତି : ମମିତା ମେହେର ହତ୍ୟାକାଣ୍ଡରେ ନ୍ୟାୟ ଦେବା ଦାବୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ହରତାଳ ଆନ୍ଦୋଳନ

 Breaking News

ଗଜପତି : ମମିତା ମେହେର ହତ୍ୟାକାଣ୍ଡରେ ନ୍ୟାୟ ଦେବା ଦାବୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ହରତାଳ ଆନ୍ଦୋଳନ

ଗଜପତି : ମମିତା ମେହେର ହତ୍ୟାକାଣ୍ଡରେ ନ୍ୟାୟ ଦେବା ଦାବୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ହରତାଳ ଆନ୍ଦୋଳନ
November 12
18:16 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୧୧ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ଦେବା ଦାବୀରେ ଶୁକ୍ରବାର ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାରଳାଖେମୁଣ୍ଡି ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ହରତାଳ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି ।
ଏହି ହରତାଳ ଆନ୍ଦୋଳନ ଅବସରରେ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ବହୁ କଂଗ୍ରେସ ନେତା ଓ କର୍ମୀ ହରତାଳ କରିଥିଲେ । ସେଠାରେ ଶାସକ ସରକାର ବିରୋଧୀ ନାରା ଦେବା ସହ ମା ଭଉଣୀ ତଥା ମମିତା ମେହେରକୁ ନ୍ୟାୟ ଦେବା ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ କରାଯିବାକୁ ଦାବି କରିଥିଲେ ।
ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଫୋଟ-ଚିତ୍ରକୁ ଦାହ କରିଥିଲେ । ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ , ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆ ଯାଇଥିଲା ।
ତେବେ ଏହି ବନ୍ଦ ଡାକରାକୁ ମାନ୍ୟବର ହାଇକୋର୍ଟ ବନ୍ଦ କରି କେବଳ ହରତାଳ କରିବା ପାଇଁ ରାୟ ଦେଇଥିଲେ । ସେହି ରାୟକୁ ସମ୍ମାନ ଜଣାଇ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳା ଭାବେ ହରତାଳ ଆନ୍ଦୋଳନକୁ ସମ୍ପୂର୍ଣ୍ଣ କରିଛୁ ।
ମୁଖ୍ୟତଃ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି ।
ଏହି ହତ୍ୟାକାଣ୍ଡ ଘଟଣା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବେ ବୋଲି ଜିଲ୍ଲା କଂଗ୍ରେସ କମିଟି ଦାବି କରୁଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ରାଜ୍ୟ ସମ୍ପାଦକ ଶ୍ରୀ ସଞ୍ଜୟ ଅଧିକାରୀ , ବିଧାୟକ ପ୍ରତିନିଧି ଶ୍ରୀ ଈଶ୍ୱର କୁନା ମାଝୀ , ଗୋସାଣି ବ୍ଲକ ସଭାପତି ଶ୍ରୀ କୋରା ପରିଡା , ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ରଥ , ଉପସଭାପତି ଶ୍ରୀ ବସନ୍ତ ପଣ୍ଡା , ଜିଲ୍ଲା ଯୁବ ସଭାପତି ଶ୍ରୀ ସୂର‌୍ୟ୍ୟ ନାରାୟଣ ପାତ୍ର , ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଏସ: ମୋହନ ଚାନ୍ଦ , ପୂର୍ବତନ କାଉନସିଲର ଶ୍ରୀ ତ୍ରିନାଥ ପାତ୍ର ଓ କର୍ମୀ ଶିବ ପ୍ରସାଦ ସାହୁ ପ୍ରମୁଖ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031