Legatus

ଗଜପତି: ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହିତ କଲେ ଆଲୋଚନା

 Breaking News

ଗଜପତି: ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହିତ କଲେ ଆଲୋଚନା

January 11
10:33 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୧ : ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଆଜି ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲା\’ର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମାନଙ୍କ ସହିତ ମତ ବିବିନିମୟ ତଥା ବାର୍ତ୍ତାଳାପ କରିଥିଲେ ।
ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ପ୍ରଥମେ ଗୋଷାଣି ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ହନର ଦିଆ ଯାଇଥିଲା ।
ପରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରି ଉପସ୍ଥିତ ଥିବା ଶତାଧିକ ଏସଏଚଜି ସଭ୍ୟା ସହ ଜନସାଧାରଣଙ୍କୁ କହିଥିଲେ ଯେ , ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତିର ଆଧାର , ଭାରତୀୟ କୁଟୁମ୍ବକମ ବ୍ୟବସ୍ଥାର ଧାରକ ।
ସେମାନଙ୍କ ସାମର୍ଥ୍ୟର ସଫଳ ଉପଯୋଗ ରେ ଦେଶର ଉନ୍ନତି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଭାରତରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଉଛି ।
ଏହାକୁ ଆଗକୁ ନେବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି । ଯୋଜନାର ଲାଭ ନେବାକୁ ମାନ୍ୟବର ରାଜ୍ୟପାଳ ଗଜପତି ଜିଲ୍ଲାର ଗୋଷାଣି ପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସହ ବାର୍ତ୍ତାଳାପରେ କହିଛନ୍ତି । ଏହା ସହିତ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ହିତାଧିକାରୀ ମହିଳା ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।
ଏହା ସହିତ ଗୋଷାଣି ଗ୍ରାମରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଉପକୃତ ହୋଇଥିବା ୩ ଜଣ ହିତାଧିକାରୀଙ୍କ ଘର ଦେଖିବା ସହ ସେମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ ।
ପରେ ପରେ ମାନ୍ୟବର ରାଜ୍ୟପାଳ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମରେ ଥିବା ଶ୍ରୀ ରାମଲିଙ୍ଗେଶ୍ବର ମହାଦେବ ପୀଠ ଯାଇ ପୂଜାର୍ଚ୍ଚନା କରିଛନ୍ତି ।
ରାମ ଲିଙ୍ଗେଶ୍ୱର ମନ୍ଦିର ଠାରୁ ରାଜ୍ୟପାଳ ରାଜ ସିତାପୁର ସ୍ଥିତ ସେଞ୍ଚୁରିଅ ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ମତ୍ସ୍ୟ ସମ୍ଫଦ ଜାଗୃକ୍ତା ଅଭିଯାନ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।
ସେଠାରେ ଥିବା ବିଭିନ୍ନ ଷ୍ଟଲ୍ ଯଥା:- – ମତ୍ସ୍ୟ, ପ୍ରାଣୀ ସମ୍ପଦ , କୃଷି, ଉଦ୍ୟାନ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରଦର୍ଶନୀ ଷ୍ଟଲ ପରିଦର୍ଶନ କରି ସେଠାରେ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।
ସେଠାରେ ଉପସ୍ଥିତ ଥିବା ୨୫୦ ରୁ ଅଧିକ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମାନଙ୍କୁ କହିଥିଲେ ଯେ , ଆତ୍ମନିର୍ଭର କୃଷକ ଆତ୍ମନିର୍ଭର ଭାରତର ଆଧାରରେ କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି , ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଉପଯୋଗ କରିବା ଦରକାର ।
ନିକଟରେ ଆଦିବାସୀଙ୍କ ବିକାଶ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୨୦ ହଜାର କୋଟି ଟଙ୍କାର ଯୋଜନା ଆରମ୍ଭ କରିଛନ୍ତି । ବିକଶିତ ଭାରତ ନିର୍ମାଣ ପାଇଁ ସମସ୍ତେ କାମ କରିବାକୁ ମାନ୍ୟବର ରାଜ୍ୟପାଳ ଶ୍ରୀ ଦାସ , ଗଜପତି ଜିଲ୍ଲାର ସେଞ୍ଚୁରିଅ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମତ୍ସ୍ୟ , କୃଷି , ପ୍ରାଣୀସମ୍ପଦ ଓ ଉଦ୍ୟାନ କୃଷକ\’ଙ୍କ ସହ ବାର୍ତ୍ତାଳାପ ରେ କହିଥିଲେ ।
ଅପରାହ୍ନରେ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଜୀବା ପଞ୍ଚାୟତର ପଦ୍ମପୁର ଗ୍ରାମ ଗ୍ରସ୍ତ କରି ଗ୍ରାମର ଲୋକ ମାନଙ୍କ ସହିତ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଭାରତର ଆତ୍ମା ଗାଁରେ ଅଛି , ଗାଁର ପ୍ରଗତିରେ ଦେଶର ପ୍ରଗତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନ ରେ ଗ୍ରାମ୍ୟ ବିକାଶ ଉପରେ ଗୁରୁତ୍ଵ ଆରୋପ କରାଯାଇଛି ।
ଗରିବଙ୍କ ଜୀବନ ଜୀବିକା ମାନରେ ଉନ୍ନତି ଆଣିବାକୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ।
ଏ ସମ୍ପର୍କରେ ବ୍ୟାପକ ସଚେତନତା ଦରକାର ବୋଲି ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ପଦ୍ମପୁର ଗ୍ରାମରେ ଚାଷୀ ଗ୍ରାମବାସୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସହ ବାର୍ତ୍ତାଳାପ ବେଳେ ଏହା କହିଛନ୍ତି । ଲୋକଙ୍କ ବିଭିନ୍ନ ଅଭାବ ଅଭିଯୋଗ ସମସ୍ୟା ଶୁଣି ବିହିତ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ଆଜିର ଏହି ଗ୍ରସ୍ତରେ ସ୍ଥାନୀୟ ବିଧାୟକ ଶ୍ରୀ କେ.ନାରାୟଣ ରାଓ , ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର , ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀ ଏସ:ଆନନ୍ଦ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା-ପରିଷଦ ଡ଼: ଗୁଣନିଧି ନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ , ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଏବଂ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ। ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31