Indus Valley Times

ଗଜପତି: ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ନୂତନ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ସମାହାର

 Breaking News

ଗଜପତି: ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ନୂତନ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ସମାହାର

ଗଜପତି: ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ନୂତନ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ସମାହାର
October 22
19:35 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଦିନ ଏକାଦଶ ଶ୍ରେଣୀର ବିଜ୍ଞାନ , କଳା ଓ ଭୋକାସେନାଲର ଛାତ୍ରୀ ମାନଙ୍କୁ ସ୍ୱାଗତ ଉତ୍ସବ ପାଳନ ହୋଇଥିଲା । , କରୋନା କଟକଣା ଓ ସ୍ୱଚ୍ଛତା ରକ୍ଷା କରି , ସାମାଜିକ ଦୂରତା , ମାସ୍କ ବ୍ୟବହାର ଉପରେ ଅଧିକ ଗୁରୁତ୍ୱାରୋପ କରି ଅଧ୍ୟକ୍ଷା , ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଛାତ୍ରୀ ମାନଙ୍କୁ ବୁଝାଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀ , ବରିଷ୍ଠ ପ୍ରାଧ୍ୟାପିକା ଡ଼.ମନୋସ୍ୱିନୀ ଦାଶ , ଇତିହାସ ଅଧ୍ୟାପକ ଡ଼. ନୃସିଂହ ପ୍ରସାଦ ପାଣିଗ୍ରାହୀ , ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼. ମହେନ୍ଦ୍ର ରଇତ ଏବଂ ଅନ୍ୟ ମାନେ ପ୍ରତି ବିଷୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଓଡ଼ିଶାର କେରିଅର୍ ପୋର୍ଟାଲ ଓ ୟୁ ଟୁବ୍ ମାଧ୍ୟମରେ ଓସେପା: ର ଶିକ୍ଷା ପ୍ରଦାନ , ପରୀକ୍ଷା ପ୍ରଣାଳୀ , ମୂଲ୍ୟାଙ୍କନ , ଓରିଏଣ୍ଟସନ୍ ପ୍ରଭୃତି ବିଷୟରେ ଶିକ୍ଷାର୍ଥୀ ମାନଙ୍କୁ ବୁଝାଇ ଦିଆ ଯାଇଥିଲା।
ଅଭିଭାବକ ଓ ଶିକ୍ଷକ ଆଲୋଚନା , ପୂର୍ବବର୍ଷର ପାଠ୍ୟକ୍ରମ ଅର୍ଥାତ ଦଶମ ଶ୍ରେଣୀର ବିଷୟବସ୍ତୁ ଉପରେ ଆଲୋକପାତ କରିବା ପ୍ରଭୃତିରେ ଅଧିକ ଗୁରୁତ୍ୱ ଦିଆ ଯାଇଥିଲା।
ପରିଶେଷରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସଂଯୁକ୍ତା ପାତ୍ର ଏବଂ ସଂସ୍କୃତ ଅଧ୍ୟାପିକା ସୁଶ୍ରୀ ଡ଼ି. ପ୍ରିୟଙ୍କା ନୂତନ ଛାତ୍ରୀ ମାନଙ୍କୁ କୋଭିଡ୍ ନିୟମାବଳୀ ମାନିବା ପାଇଁ କହିଥିଲେ । କ୍ରୀଡା ଶିକ୍ଷୟତ୍ରୀ ଏ ବିଜୟଲକ୍ଷ୍ମୀ ଯୋଗ ଓ କ୍ରୀଡ଼ାର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031