Indus Valley Times

ଗଜପତି : ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ସମେତ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ସମେତ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ସମେତ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
June 12
20:03 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୬: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଏଙ୍ଗାରସିଂ ପଞ୍ଚାୟତର ଏଙ୍ଗାରସିଂ ଗ୍ରାମରେ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ସହାୟତାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସିସିଡ଼ି” ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ସହ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।
ଏହି ଶିବିର କାର୍ଯ୍ୟକ୍ରମରେ ଡକ୍ଟର . ସୁଶ୍ରୀ ଏଶ୍ଵରୀୟା ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ ଜଣାଇ , ଗ୍ରୀଷ୍ମ ଋତୁରେ ହେଉଥିବା ସାଧାରଣ ରୋଗ ବିଷୟରେ ବୁଝାଇବା ସହ କିପରି ସେହି ରୋଗ ଗୁଡିକୁ ଦୂର କରିପାରିବା ଓ ଗ୍ରୀଷ୍ମ ଋତୁ ସମୟରେ କିପରି ଆମ୍ଭେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ସେହି ବିଷୟରେ ବୁଝାଇଥିଲେ ।
ସେହିପରି ଡାକ୍ତର ମୋହୋନ ପଦ୍ମା (ଚକ୍ଷୁ ବିଶେଷଜ୍ଞ), ବୁଝାଇ କହିଥିଲେ ଯେ , ଚକ୍ଷୁ ଶରୀରର ଏକ ପ୍ରଧାନ ଅଙ୍ଗ , ତେଣୁ ଚକ୍ଷୁକୁ କିପରି ଆମ୍ଭେ ମାନେ ଯତ୍ନ ନେବା ଓ ଚକ୍ଷୁ ସମସ୍ୟା ଦେଖାଦେଲେ ତୁରନ୍ତ ଚକ୍ଷୁ ଡାକ୍ତରଙ୍କ ପରାମର୍ଶ ନେବାକୁ କହି ଘରୋଇ ଚିକିତ୍ସା (କ୍ୱାକ) ମାନଙ୍କଠାରୁ ଦୂରେଇ ରହିବାକୁ କହିଥିଲେ ।
ସେହିପରି , ଗତକାଲି ଏଙ୍ଗାରସିଂଗ ପଞ୍ଚାୟତର ବଡଶଡା ଗ୍ରାମରେ , ଏକ ମାଗଣା ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଟିତ ହୋଇଥିଲା ।
ଶିଶୁ ବିଶେଷଜ୍ଞ ଡାକ୍ତର, ଶ୍ରୀ ରାମା କୋଟେଶ୍ଵର ରାଓ ବିଭିନ୍ନ ସମୟରେ ଆଖି ତଥା ଚକ୍ଷୁର ସୁରକ୍ଷା ସହ ଯତ୍ନ କିଭଳି ନେବାକୁ ହେବ ଏବଂ ଚକ୍ଷୁର କୌଣସି ଅସୁବିଧା ଦେଖା ଦେଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଯତ୍ବାନ ହେବାକୁ ବୁଝାଇ କହିଥବା ସହ ଗ୍ରୀଷ୍ମ ଋତୁରେ କିପରି ଶିଶୁମାନଙ୍କୁ ଯତ୍ନ ନେବା , ସାଧାରଣ ଗ୍ରୀଷ୍ମ ଋତୁସମୟରେ ହେଉଥିବା ରୋଗ ଯଥା , ଥଣ୍ଡା , ଜ୍ଵର, ଥକାପଣ, ଯାଦୁ , କାଛୁ ଓ କୁଣ୍ଡିଆ ଇତ୍ୟାଦି ରୋଗ କିପରି ହୋଇଥାଏ ଓ ସେହି ରୋଗକୁ କିପରି ଆମ୍ଭେ ଡାକ୍ତରଙ୍କୁ ଦେଖାଇ ତୁରନ୍ତ ଚିକିତ୍ସା କରିବା ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ ।
ଏହି ଶିବିରରେ ୧୪୧ ଜଣ ଲୋକଙ୍କ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା କରାଯିବା ସହ ମାଗଣା ଔଷଧ ଦିଆ ଯାଇ ଅନେକଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା ।
ଏହି ଶିବିରକୁ “ସି ସି ଡ଼ି” ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କୁମାର ପ୍ରଧାନଙ୍କ ସମେତ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତା , ଗ୍ରାମର ୱର୍ଡମେମ୍ବର , ଓଏଲଏମ-ଏମବିକେ: ଶ୍ରୀମତୀ ସସ୍ମିତା ବେହେରା , ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କ ସମେତ ଶ୍ରୀ ଇନୋଶ ସ୍ୱାଳସିଂ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031