Indus Valley Times

ଗଜପତି: ମାନସିକ ଅନଗ୍ରସର ବିଦ୍ୟାଳୟ “ନିୟତୀ” ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ମାନସିକ ଅନଗ୍ରସର ବିଦ୍ୟାଳୟ “ନିୟତୀ” ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

December 03
22:24 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୪/୧୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଗାନ୍ଧୀ ମେମୋରିଆଲ ସ୍କୁଲ ପରିସରରେ ମାନସିକ ଅନଗ୍ରସର ବିଦ୍ୟାଳୟ “ନିୟତି” ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ।
ଏହି ଅବସରରେ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । “ନିୟତୀ” ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱରେ ଏହି
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ମାର୍ଟ ସ୍କୁଲର ପ୍ରତିଷ୍ଠାତା ଶ୍ରୀମତୀ ସ୍ୱାଗତିକା ମିଶ୍ର ଏବଂ ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ସିସିଡି”ର ପ୍ରତିଷ୍ଠାତା ସମ୍ପାଦକ ତଥା କୌଶଳ ବିକାଶ ତାଲିମ କେନ୍ଦ୍ର ଜନଶିକ୍ଷା ସଂସ୍ଥାନର ମୁଖ୍ୟ ଶ୍ରୀ ଏ.ଜଗନ୍ନାଥ ରାଜୁ ଯୋଗଦେଇ ମାନସିକ ଭାବେ ସୁସ୍ଥ ରହିବାକୁ ହେଲେ କିଭଳି ଆମକୁ ସଜାଗ ରହିବାକୁ ହେବ ଏବଂ ସେହି ଭିନ୍ନକ୍ଷମ ଶିଶୁ ଏବଂ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ସମାଜର ପ୍ରତିଟି ବର୍ଗର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ବାନ କରୁଥିଲେ।
ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ମଞ୍ଚଆସିନ ରହି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବୁଝାଇଥିଲେ । ଭିନ୍ନକ୍ଷମ ହେଲେ ହେଁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାରକୁ ଗୁରୁତ୍ବ ଦେବାପାଇଁ ଆଜିର ମୁଖ୍ୟ ଅତିଥି ଶ୍ରୀମତୀ ସ୍ୱାଗତିକା ମିଶ୍ର ଗୁରୁତ୍ବାରୋପ କରିଥିଲେ । ସ୍ୱତନ୍ତ୍ର ଅତିଥି ସିସିଡିର ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ, ବିଭିନ୍ନ ସରକାରୀ ଯୋଜନା ଓ ଭିନ୍ନକ୍ଷମ ପାଇଁ ରହିଥିବା ବିଭିନ୍ନ ମାଗଣା ଆଇନ ସେବା ସମ୍ପର୍କରେ ଆଲୋଚନା କରିଥିଲେ ।
ଫିଜୋଥେରୋପିଷ୍ଟ ଡାକ୍ତର ଅରୁଣ ନାୟକ ଯୋଗଦେଇ ଭିନ୍ନକ୍ଷମଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ନିୟମ ଓ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରି ଭୌତିକ ଚିକିସ୍ୟାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ନିୟତୀ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍ ତିରୁପତି ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ ର ତାତ୍ପର‌୍ୟ୍ୟ ସମ୍ପକରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ନିୟତୀ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଶେଷରେ ଶିକ୍ଷୟତ୍ରୀ ସଂଗୀତା ପାତ୍ର ଧନ୍ୟବାଦ ଦେଇଥିଲେ। ଶେଷରେ ତାନିଶା ବେବର୍ତ୍ତା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ରୁପାଞ୍ଜଳି ମହାନ୍ତି , ସୁନିଲ ଗମାଙ୍ଗ , ସୁନିତ ଗମଙ୍ଗ , କୁମାରୀ , ସେହଲତା ପାଣିଗ୍ରାହୀ , ଜ୍ୟୋତ୍ସ୍ନା ଡାକୁଆ , ଶାଶ୍ଵତୀ ବେବର୍ତ୍ତା , ମୁରଲୀ ପରିଛା , ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031