Indus Valley Times

ଗଜପତି: ମିରାକଲ ଡେନ୍ସ ଗ୍ରୁପ ପକ୍ଷରୁ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ମିରାକଲ ଡେନ୍ସ ଗ୍ରୁପ ପକ୍ଷରୁ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 20
22:08 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ଶ୍ରୀ ରଘୁନାଥ ପାତ୍ର , ଯୁବ ମଞ୍ଚ ଅଭିନେତା ଶ୍ରୀ ଆଦର୍ଶ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ବହୁ ପ୍ରତିଭାବାନ କଳାକାର ରହିଛନ୍ତି ହେଲେ ଉଜୋଗ ଅଭାବରୁ ଲୋକ ଲୋଚନକୁ ଆସି ପାରୁନାହାନ୍ତି ।
ସେହି ସଂପୃକ୍ତ କଳାକାର ମାନେ ସେମାନଙ୍କ କଳା ପ୍ରତିଭା ପ୍ରଦର୍ଶନ କରାଇବା ସହ ରାଜ୍ୟ ଓ ଜାତୀୟ ସ୍ତରର ପ୍ରତିଯୋଗିତା\’ରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରିବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ବିଶେଷ କରି , ଆଧୁନିକ ନୃତ୍ୟରେ କନିଷ୍ଠ ବିଭାଗ , ଯୁବ ବିଭାଗ , ବରିଷ୍ଟ ବିଭାଗ ଓ ମହିଳା ବିଭାଗରେ ଏକକ , ଦ୍ବୈତ୍ୟ ଓ ଦଳଗତ ଭାବେ ପ୍ରାୟ ୧୨୦ ଜଣ କଳାକାର ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।
ଗଜପତି , ଗଂଜାମ , ରାୟଗଡ଼ା , ନବରଙ୍ଗପୁର , କେଉଁଝର ଓ ଭବାନୀପାଟଣା ପ୍ରଭୃତି ଜିଲ୍ଲା ଅଞ୍ଚଳରୁ ଦଳଗତ ଭାବେ ଭାଗ ନେଇଥିବା ବେଳେ ଅନେକ ସ୍ଥାନୀୟ କଳାକର ଏକକ ପ୍ରତିଯୋଗୀତାରେ ଯୋଗ ଦେଇଥିଲେ ।
ପ୍ରତିଯୋଗିତା କାର୍ଯ୍ୟକ୍ରମର ନିରପେକ୍ଷ ଓ ସଠିକ ବିଚାର ପାଇଁ କଟକରୁ ଶ୍ରୀ ଏ. ରାଜେଶ୍ କୁମାର , ଭୁବନେଶ୍ବରରୁ ପ୍ରୀତିଲତା ରାଓ , ବ୍ରହ୍ମପୁରର ଶ୍ରୀ ଆପନ୍ନା ମହାରଣା ପ୍ରମୁଖ ନୃତ୍ୟ ବିଶାରଦ ମାନେ ବିଚାରକ ଭାବେ ଉପସ୍ଥିତ ଥିଲେ ।
ସମସ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିଲେ ।
ଏହି ପ୍ରତିଯୋଗୀତାରେ ଯେଉଁ କୃତୀ ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରିବେ , ସେହି ମାନଙ୍କୁ ଅର୍ଥାତ୍ ସେହି ଦଳ ଓ କଳାକାର ମାନେ ଚଳିତ ମାସର ଆଗାମୀ ରବିବାର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମିରାକଲ ନାଇଟ ୨୦୨୨ରେ ପୁରସ୍କୃତ ହେବା ସହ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦେଇ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930