Indus Valley Times

ଗଜପତି: ମୋହନାରେ ୧୬ଗୋଟି ପ୍ରକଳ୍ପର ଶିଳାନ୍ୟାସ: ୬୧ କୋଟି ୫୮ ଲକ୍ଷ ୬୫ ହଜାର ଟଙ୍କାର ବ୍ୟୟ ଅଟକଳ

 Breaking News

ଗଜପତି: ମୋହନାରେ ୧୬ଗୋଟି ପ୍ରକଳ୍ପର ଶିଳାନ୍ୟାସ: ୬୧ କୋଟି ୫୮ ଲକ୍ଷ ୬୫ ହଜାର ଟଙ୍କାର ବ୍ୟୟ ଅଟକଳ

ଗଜପତି: ମୋହନାରେ ୧୬ଗୋଟି ପ୍ରକଳ୍ପର ଶିଳାନ୍ୟାସ: ୬୧ କୋଟି ୫୮ ଲକ୍ଷ ୬୫ ହଜାର ଟଙ୍କାର ବ୍ୟୟ ଅଟକଳ
January 09
11:20 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୧ : ଗଜପତି ଜିଲ୍ଲା ମୋହନା ବ୍ଲକକୁ ଶନିବାର ରାଜ୍ୟ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ଥାନୀୟ ଗ୍ରାମ ଉନ୍ନୟନ ବିଭାଗ ଡିଭିଜନ ଅଧୀନରେ ହେବାକୁ ଥିବା ୧୬ ଗୋଟି ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ।
ଏହି ୧୬ ଗୋଟି ଉନ୍ନୟନ ପ୍ରକଳ୍ପ ପାଇଁ ମୋଟ ୬୧ କୋଟି ୫୮ ଲକ୍ଷ ୬୫ ହଜାର ଟଙ୍କାର ବ୍ୟୟ ଅଟକଳ ରକ୍ଷା ଯାଇଥିବା ଜଣାଯାଇଛି ।
ଏହି ଶିଳାନ୍ୟାସ ଉତ୍ସବରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ସଭାପତିତ୍ୱ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବ କାର୍ଯ୍ୟକ୍ରମରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହାଇ ଟେକ ଗ୍ରୁପ ଅଧକ୍ଷ ଡ଼. ତିରୁପତି ପାଣିଗ୍ରାହୀ, ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା, ବିଡ଼ିଓ ସୁଶ୍ରୀ ତପସ୍ୱିନୀ ହାଁସଦା , ବ୍ଲକ ଅଧକ୍ଷା ସୁଖୀ ଶବର , ଥାନା ଅଧିକାରୀ ଶ୍ରୀ ସୁଜିତ କୁମାର ନାୟକ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଳକୃଷ୍ଣ ମଳିକ ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସାରକା ଏବଂ ବ୍ରହ୍ମପୁର ସାଂସଦ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ\’ରେ ବିକାଶ କାର୍ଯ୍ୟ କରୁଛନ୍ତି , ସେ ସମ୍ପସର୍କରେ କହିଥିଲେ ।
ଏହି ଉତ୍ସବ କାର୍ଯ୍ୟକ୍ରମରେ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଇ. ଉମା ଶଙ୍କର ମଳିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ବିଭାଗୀୟ ଅଧିକାରୀ ଶ୍ରୀ ସୁଶୋଭନ ସାହୁ , ଶ୍ରୀ ସୁଧୀର କୁମାର ପାଢୀ ଏବଂ ବିଭାଗୀୟ ଯନ୍ତ୍ରୀ ମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ।
ଉପସ୍ଥିତ ଅତିଥିମାନେ ମଧ୍ୟ ସେମାନଙ୍କ ନିଜ ବକ୍ତବ୍ୟରେ ମୁଖ୍ୟତଃ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ରାଜ୍ୟର ପଛୁଆବର୍ଗ ଏବଂ ଦଳିତ ଗରିବଙ୍କ ସମେତ ପଛୁଆ ଅଞ୍ଚଳ ପାଇଁ କିଭଳି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଜକାର୍ଯ୍ୟକାରୀ କରୁଛନ୍ତି , ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ ।
ଅନ୍ୟପକ୍ଷରେ ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଯେଉଁସବୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଥିବା ସହ କୋଟି କୋଟି ଟଙ୍କାର ପ୍ରକଳ୍ପ କୁ ଅନୁଦାନ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା ଯୋଗୁଁ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ।
ଶନିବାର ମନ୍ତ୍ରୀଙ୍କ ଦ୍ଵାରା ମୋହନା ବ୍ଲକର ବିଭିନ୍ନ ଅଞ୍ଚଳ ପାଇଁ ୬୧କୋଟି ୫୮ଲକ୍ଷ ୬୫ହଜାର ଟଙ୍କା ପ୍ରକଳ୍ପ ଶିଳାନ୍ୟାସ ହୋଇଥିଲା । ଏହିସବୁ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେଲେ ବହୁ ଦୁର୍ଗମ ଅଞ୍ଚଳକୁ ଯାତାୟାତର ବିଶେଷ ସୁବିଧା ସହ ବହୁ ଗ୍ରାମକୁ ରାସ୍ତା ଖୋଲି ପାରିବ ବୋଲି ଜଣାପଡ଼ିଛି ।
ଏହି ଉତ୍ସବରେ ମୋହନା ବ୍ଲକ ର ସମସ୍ତ ବିଜେଡି କର୍ମୀ ଙ୍କ ସମେତ ଜିଲ୍ଲାର ବିଜେଡି ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ରଞ୍ଜୀବ ଶବର , ଶ୍ରୀ ଦଣ୍ଡାସି ସାହୁ , ଶ୍ରୀ ହାଡ଼ିଆ କନ୍ଧ , ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031