Indus Valley Times

ଗଜପତି:-ମୋହନା ବ୍ଲକରେ ଜିଲ୍ଲାପାଳଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟିତ

 Breaking News

ଗଜପତି:-ମୋହନା ବ୍ଲକରେ ଜିଲ୍ଲାପାଳଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟିତ

October 17
14:04 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୭/୧୦ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ମୋହନା ବ୍ଲକ ଗସ୍ତରେ ଯାଇ ବ୍ଲକର ୨ଟି ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଛନ୍ତି ।
ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର‌୍ୟ୍ୟକ୍ରମ ମାଧ୍ୟମରେ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ପକ୍ଷରୁ ବାଘମାରି ପଞ୍ଚାୟତ ଅଧିନସ୍ତ ଜାଲିବାଡ଼ି ଗ୍ରାମବାସୀଙ୍କ ନିମନ୍ତେ ପାଇପ ମାଧ୍ୟମରେ ଚାଷ ଜମିକୁ ଜଳ ଯୋଗାଣ ପ୍ରକଳ୍ପ , ଶିକୁଲିପଦର୍ ଗ୍ରାମରେ ପ୍ରତ୍ୟେକ ଘର ନିମନ୍ତେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଗର୍ଭବତୀ ଓ ପ୍ରସୂତିଙ୍କ ନିମନ୍ତେ ଖାଦ୍ୟ କେନ୍ଦ୍ର ଏବଂ ଶସ୍ୟ ଖଳା ଓ ଅଣ୍ଡାଦିଆ କୁକୁଡ଼ା କେନ୍ଦ୍ରକୁ ଜିଲ୍ଲାପାଳ ଶ୍ରୀ ପଣ୍ଡା ଉଦଘାଟନ କରିଥିଲେ ।
ସେହିଭଳି ଚନ୍ଦ୍ରଗିରି ଠାରେ ୧୫ ଜଣ ହିତାଧିକାରୀଙ୍କୁ ସାଇକଲ ଓ ୩୪ ଜଣ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ।
ଏହି କାର୍ଯ୍ୟକ୍ରମ ଗୁଡିକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ , ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ରଞ୍ଜିବ ଶବର , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁନିଲ କୁମାର ବିଶୋଇ , ବାଘମାରି ପଞ୍ଚାୟତ ସରପଞ୍ଚ ଶ୍ରୀ ଜୟସେନ ଶବର , ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ଅଧିକାରୀ ଶ୍ରୀ ବନମାଳୀ ଭୂୟାଁ , ପ୍ରକଳ୍ପ ପରିଚାଳକ ଶ୍ରୀ ଶ୍ରୀଧର ସାହୁ ଏବଂ ଚନ୍ଦ୍ରଗିରି ସ୍ଥିତ “ସ୍ଵାସ” ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ତଥା ସଭାପତି ଶ୍ରୀ ବି: ଜଗନ୍ନାଥ ରାଓ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ ।
ଏଥି ସହିତ ଆସନ୍ତା ଦିନ ମାନଙ୍କରେ ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ଯୋଜନା ପ୍ରକଳ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିକାଶ ଧାରାକୁ ଦ୍ଵିଗୁଣିତ କରାଯିବ ବୋଲି ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930