Indus Valley Times

ଗଜପତି: ଯୁବ ରେଡକ୍ରସ୍ ପକ୍ଷରୁ ୩ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଯୁବ ରେଡକ୍ରସ୍ ପକ୍ଷରୁ ୩ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

July 15
12:07 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୭:ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଗଜପତି ଜିଲ୍ଲା ରେଡକ୍ରସ ସମିତିର ମିଳିତ ଆନୁକୁଲ୍ୟରେ ପକ୍ଷରୁ ୩ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ: ଅଜୟ କୁମାର ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ଆୟୋଜିତ ଏହି ୩ ଦିନିଆ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ବିଜ୍ଞାନ କଲେଜର ପୂର୍ବତନ ଅଧ୍ୟକ୍ଷ ଡ: ବି: ଗୋବିନ୍ଦ ରାଓ ଯୋଗଦେଇ ଆଶୁ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ କିପରି ଭାବରେ ଗୁରୁତ୍ଵ ବହନ କରିଥାଏ ଏବଂ ଏହା ଦ୍ବାରା କିପରି ଉପକୃତ ମିଳିଥାଏ ସେ ସମ୍ପର୍କିତ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ରେଡକ୍ରସ ପରାମର୍ଶଦାତା ତଥା ଆବାହକ ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ପ୍ରଥମେ ସ୍ଵାଗତ ଓ ଶୁଭ କାମନା ବ୍ୟକ୍ତକରି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ।
ଗଜପତି ଜିଲ୍ଲାର ଥିବା ବିଭିନ୍ନ ମହାବିଦ୍ୟାଳୟର ୩୦ ରୁ ଅଧିକ ରେଡକ୍ରସ ଛାତ୍ର ଏଥିରେ ଯୋଗଦେଇ ଆଶୁ ଚିକିତ୍ସା ଉପରେ ବିଭିନ୍ନ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଆଶୁ ଚିକିତ୍ସା ପାଇଁ କେଉଁ ସବୁ ଦିଗ ଉପରେ ଦୃଷ୍ଟି ରଖିବାକୁ ହେବ ସେ ବିଷୟରେ କହିବା ସହ ଏହା କିପରି ଆକସ୍ମିକ ଦୁର୍ଘଟଣା ପାଇଁ ଜରୁରୀ ଆବଶ୍ୟକ ପଡ଼ିଥାଏ ସେ ସମ୍ପର୍କରେ କୁହା ଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ଯୁବ ରେଡକ୍ରସ୍ କାଉନସିଲର ଡ: ପରମାନନ୍ଦ ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଅଧ୍ୟାପିକା ତଥା କାଉନସିଲର ଡ: ସ୍ନେହପ୍ରଭା ପଣ୍ଡା , ଅଧ୍ୟାପକ ଡ: ଚନ୍ଦ୍ର ଶେଖର ଦାସ ଏବଂ ସେକ୍ସନ ଅଧିକାରୀ ପ୍ରମୁଖଙ୍କ ସମେତ ବିଭିନ୍ନ କଲେଜର ରେଡକ୍ରସ ଅଧିକାରୀ ଓ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।
ସେହିଭଳି ଆଜି ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଆବାହକ ତଥା ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ଏଥିରେ ରେଡକ୍ରସ କାଉନସିଲର ଡଃ ପରମାନନ୍ଦ ଜେନା କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ଆଶୁ ଚିକିତ୍ସା ପ୍ରଶିକ୍ଷକ ଡଃ ବିକାଶ କୁମାର ପ୍ରସାଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଶୁ ଚିକିତ୍ସା କିଭଳି ବିଭିନ୍ନ ବିପର୍ଯ୍ୟୟ ପରିସ୍ଥିତି ବେଳେ ଜନ ମାନସ ର ସହାୟତାରେ ଆସିଥାଏ , ସେ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାସହ ଆଶୁ ଚିକିତ୍ସା ଉପରେ ସମସ୍ତଙ୍କ ସମ୍ୟକ ଜ୍ଞାନ ରହିବା ଆବଶ୍ୟକ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରେଡକ୍ରସ ରାଜ୍ୟ ଶାଖାର ବି: ଗୋବିନ୍ଦ ରାଓ ଯୋଗଦେଇ ଏଭଳି ତାଲିମ ଶିବିର ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ଉପସ୍ଥିତ ତାଲିମାର୍ଥି ମାନଙ୍କୁ ସଚେତନ କରାଇଥିଲେ। ।
କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଜୟ କୁମାର ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଶିବିରର ଗୁରୁତ୍ଵ ଏବଂ ଏହାର ସଫଳ ରୂପାୟନ ପାଇଁ ରେଡକ୍ରସ ଯୁବ ବାହିନୀ ଓ ଜିଲ୍ଲା ରେଡକ୍ରସକୁ ଧନ୍ୟବାଦ୍ ଜଣାଇବା ସହ ଏଭଳି କାର୍ଯ୍ୟ କ୍ରମ ଆଗକୁ ମଧ୍ୟ ଜାରୀ ରଖିବା ପାଇଁ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ ତାଲିମ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡଃ ଚନ୍ଦ୍ର ଶେଖର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031