Indus Valley Times

ଗଜପତି: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଗଜପତି ଜିଲ୍ଲା ଗ୍ରସ୍ତ

 Breaking News

ଗଜପତି: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଗଜପତି ଜିଲ୍ଲା ଗ୍ରସ୍ତ

ଗଜପତି: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଗଜପତି ଜିଲ୍ଲା ଗ୍ରସ୍ତ
September 11
19:58 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୧/୯: ଶନିବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ଶୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ଶିଖରକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ସଂରକ୍ଷିତ ଜୈବ-ବିବିଧତାର ବିକାଶ କିଭଳି ହେବ ସେ ଅଞ୍ଚଳର ଇକୋ-ଟୁରିଜିମ ଓ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ କିଭଳି ହୋଇପାରିବ ସେ ଉପରେ ଅନୁଧ୍ୟାନ କରିଥିଲେ ।
ଏଥିସହିତ ମହେନ୍ଦ୍ରଗିରି ପର୍ଯ୍ୟଟନ ସ୍ଥଳୀର ସର୍ବାଙ୍ଗୀନ ଉନ୍ନତି ସାଧନ ପାଇଁ ରହିଥିବା ମୁଖ୍ୟ ଗୁରୁତ୍ୱ ବହନ କରୁଥିବା ତୁମ୍ବା-ବ୍ରହ୍ମପୁର ରାସ୍ତାର ଯୁଦ୍ଧକାଳୀନ ଭିତ୍ତିରେ ଉନ୍ନତି କରାଯିବ , ଯାହାକି ସେହି ରାସ୍ତା ଦେଇ ମହେନ୍ଦ୍ରଗିରି ପର୍ଯ୍ୟଟନ ସ୍ଥଳୀକୁ ସେହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ସହଜେ ଯାଇପାରିବେ ଏବଂ ସ୍ଥାନୀୟ ଲୋକଙ୍କ ରୋଜଗାର ପନ୍ଥା ମଧ୍ୟ ବୃଦ୍ଧି ପାଇବ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଜିଲ୍ଲାର ଛେଳିଗଡ଼ ମେଗା ଜଳସେଚନ ପ୍ରକଳ୍ପର ଅଞ୍ଚଳ ଗ୍ରସ୍ତ କରିଥିଲେ । ସେଠାରେ ସେ ପରିସ୍ଥିତି ଅନୁଧ୍ୟାନ କରି ପ୍ରକଳ୍ପର ଟନଲ ନିର୍ମାଣ କାର୍ଯ୍ୟ ପାଇଁ ଇତି ମଧ୍ୟରେ ଟେଣ୍ଡର ଆହ୍ବାନ କରାଯାଇଛି । ସେଥିପାଇଁ ଆବଶ୍ୟକ ପଡୁଥିବା ଜଙ୍ଗଲ ବି ହାଗରେ କ୍ଲିଅରେନ୍ସ ଅନୁମୋଦନ ହୋଇସାରିଛି । ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ ତାହା କାର‌୍ୟ୍ୟକ୍ଷମ ହେଲେ ଗଜପତି ଜିଲ୍ଲାର ୫ ଶହ ହେକ୍ଟର ଏବଂ ଗଞ୍ଜାମ ଜିଲ୍ଲା ୬ ହଜାର ହେକ୍ଟର ଚାଷ ଜମିକୁ ଜଳସେଚିତ ହୋଇପାରିବ ବୋଲି କହିଥିଲେ । ସେହିଭଳି ଗଜପତି ଜିଲ୍ଲାରେ ଅନେକ ପର୍ଯ୍ୟଟନ ବିଭବ ସମ୍ଭବ ଗୁଡିକ ରହିଛି । ତାର ସ୍ଥିତି ଓ ଭିତ୍ତିଭୂମି ସବୁ ଭଲ ରହିଥିବା ଯୋଗୁଁ ସମସ୍ତ ପର୍ଯ୍ୟଟନ କ୍ଷେତ୍ରକୁ ଯୁଦ୍ଧକାଳୀନ ଭିତ୍ତିରେ ବିକାଶ କରାଯିବ ଏବଂ ମହେନ୍ଦ୍ରଗିରିକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ବିଶେଷ ସୁବିଧା ପାଇଁ ସମସ୍ତ ପ୍ରକାରର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ମୌଳିକ ବ୍ୟବସ୍ଥାର ଖୁବ ଶୀଘ୍ର ବିକାଶ କରାଯିବ ବୋଲି କହିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଏହି ଗ୍ରସ୍ତ ବେଳେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ମାନେ ଗ୍ରସ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031