Indus Valley Times

ଗଜପତି : ଲିଡ଼-ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା, ୧୩୩ ଜଣ ହିତାଧିକାରୀଙ୍କୁ ବଣ୍ଟନ ହେଲା ୬-କୋଟି ୩୫ ଲକ୍ଷ ଟଙ୍କାର ଋଣ

 Breaking News

ଗଜପତି : ଲିଡ଼-ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା, ୧୩୩ ଜଣ ହିତାଧିକାରୀଙ୍କୁ ବଣ୍ଟନ ହେଲା ୬-କୋଟି ୩୫ ଲକ୍ଷ ଟଙ୍କାର ଋଣ

June 09
09:12 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୬ : ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ୍ୟ ଠାରେ ଆଜି ଲିଡ଼ ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା ତଥା କ୍ରେଡିଟ ଆଉଟ ରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ” ଆଜାଦିକା ଅମୃତ ମହୋତ୍ସବ ” ଅବସରରେ ଏହି ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଜଣେ ମହିଳା ରୋଜଗାରକ୍ଷମ ହେଲେ ତା ଦ୍ୱାରା ଉପାର୍ଜନ ଟଙ୍କା ପରିବାରର ବିଭିନ୍ନ ଖର୍ଚ୍ଚରେ ଲାଗିଥାଏ ।
ମହିଳା ମାନେ ସଶକ୍ତି ହୋଇ ସେମାନଙ୍କ ଆର୍ଥିକ ଉନ୍ନତି ହେଲେ ଦେଶର ଉନ୍ନତ ସମ୍ଭବ ହୋଇଥାଏ ।
ତେଣୁ ମହିଳା ମାନେ ଆତ୍ମନିର୍ଭରଶୀଳ ହେବାପାଇଁ ଯେ କୋଣସି ବ୍ୟବସାୟ ପାଇଁ ଋଣ ନେବାକୁ ଚାହିଁଲେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସମସ୍ତ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବେ ବୋଲି କହି ଋଣ ନେଉଥିବା ଟଙ୍କାର ସଦ ବିନିଯୋଗ କରି ଠିକ ସମୟରେ ଋଣ ପରିଶୋଧ କରିବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗା୍ଵାରା ତିରୁପତି ରାଓ , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ଏବଂୟୁନିଅନ ବ୍ୟାଙ୍କର ରାୟଗଡା ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ଶ୍ରୀ ସୀତାରାମ ପ୍ରଧାନ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଋଣବଣ୍ଟନ ମେଳାର ବିଭିନ୍ନ ଦିଗ ଉପରେ କହିଥିଲେ ।
ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ କିଶୋର ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ସଭା କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।
ପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ଓ ଅନ୍ୟ ମଞ୍ଚାସିନ ଅତିଥି ମାନେ ୧୩୩ ଜଣ ହିତାଧିକାରୀଙ୍କୁ କୃଷି , ଏମଏସଏମଇ: , ଏସଏଚଜି , ମୁଦ୍ରା , ଶିକ୍ଷା , ହାଉସିଂ , ପ୍ରଭୃତି କ୍ଷେତ୍ରରେ ମୋଟ ୬ କୋଟି ୩୫ ଲକ୍ଷ ଟଙ୍କାର ଋଣ ଚେକ ଆକାରରେ ବଣ୍ଟନ କରିଥିଲେ ବିଭିନ୍ନ ବ୍ୟବସାୟ କରିବା କ୍ଷେତ୍ରରେ ।
ମୁଖ୍ୟତଃ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ପକ୍ଷରୁ ସପ୍ତାହ ବ୍ୟାପି ଅର୍ଥାତ ଚଳିତ ମାସ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଋଣ ମଞ୍ଜୁରୀ ଓ ଜନ ସୁରକ୍ଷା ଯୋଜନା ଗୁଡିକ ଗ୍ରାହକ ମାନଙ୍କୁ ଯୋଗାଈ ଦେବାର ବ୍ୟବସ୍ଥା କରାଯାଇଛି ।
ଭାରତ ସରକାରଙ୍କ ବିଭିନ୍ନ ପ୍ରକାରର ଫ୍ଲାଗସିପ କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଦ୍ରା ଯୋଜନା , ପ୍ରଧାନମନ୍ତ୍ରୀ ବୀମା ଯୋଜନା , ସୁରକ୍ଷା ଯୋଜନା , ଅଟଳ ପେନସନ ଯୋଜନା , ପ୍ରଭୃତି ଅନ୍ତର୍ଭୁକ୍ତି କରଣ ଏହି ଋଣମେଳା କାର୍ଯ୍ୟକ୍ରମରେ କରାଯାଉଛି .।
ଏହା ଦ୍ୱାରା ଗ୍ରାହକ ମାନଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ଉନ୍ନତି ହେବା ସହ ଚାଷୀମାନେ ସେମାନଙ୍କ ଉତ୍ପାଦନ ଓ ଆୟରେ ୨ ଗୁଣ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ଏହା ହେଉଛି ।
ସେଥିପାଇଁ ସମସ୍ତେ ଅଧିକରୁ ଅଧିକ ସରକାରଙ୍କ ବିଭିନ୍ନ ଯୋଜନାରେ ଅଂଶଗ୍ରହଣ କରି ଫାଇଦା ଉଠାନ୍ତୁ ବୋଲି ବ୍ୟାଙ୍କ ଅଧିକାରୀ ତଥା ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ କିଶୋର ଚନ୍ଦ୍ର ନାୟକ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031