Indus Valley Times

ଗଜପତି : ଲିନସି ଫାଉଣ୍ଡେସନ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଲିନସି ଫାଉଣ୍ଡେସନ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଲିନସି ଫାଉଣ୍ଡେସନ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
June 11
09:40 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଭବନ ଠାରେ ଆଜି ସି:ସି:ଡି ଅନୁଷ୍ଠାନ ଆନୁକୁଲ୍ୟରେ ଲିନସି ଫାଉଣ୍ଡେସନର ପକ୍ଷରୁ ସେଞ୍ଚୁରିଆନ ୟୁନିଭରସିଟି ଅନ୍ତର୍ଗତ ଏମ:ଏସ ସ୍ୱାମୀନାଥନ କୃଷି ବିଦ୍ୟାଳୟର ସହଯୋଗରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରକଳ୍ପ ପରାମର୍ଶଦାତା ଡଃ ସୌରଭ ବର୍ମନ , ମୃତ୍ତିକା ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡଃ ଅରୁଣାଭ ପାଲ ଏବଂ ସିସିଡି: ଅନୁଷ୍ଠାନର ମୁଖ୍ୟ ଶ୍ରୀ ଜଗନ୍ନାଥ ରାଜୁ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜିରାଙ୍ଗ ଓ ଏଙ୍ଗାରସିଂ ପଞ୍ଚାୟତର ୭ ଟି ଗ୍ରାମର ୧୨୬ ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରା ଯାଇଥିଲା।
ଏହି ଅବସରରେ ବିଶେଷଜ୍ଞ ମାନେ ମୃତ୍ତିକା ପରୀକ୍ଷଣର ଗୁରୁତ୍ୱ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚାଷୀମାନେ କିପରି ନିଜ ଜମିର ପୋଷକ ତତ୍ତ୍ୱ ସମ୍ପର୍କରେ ସଠିକ ସୂଚନା ପାଇପାରିବେ ସେ ସମ୍ବନ୍ଧରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇଥିଲେ।
ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା କୃଷକ ମାନେ ବୈଜ୍ଞାନିକ ପଦ୍ଧତିରେ ସାର ପ୍ରୟୋଗ କରିପାରିବେ , ମୃତ୍ତିକାର ଉର୍ବରତା ବୃଦ୍ଧି କରିବା ସହ ଫସଲ ଉତ୍ପାଦନ ବଢ଼ାଇବାରେ ବେଶ୍ ସହାୟକ ହୋଇ ପାରିବା ସହ କୃଷି ଖର୍ଚ୍ଚ କମାଇ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଦେଇ ପାରିବେ।
ଏଭଳି ପଦକ୍ଷେପ ଦ୍ଵାରା କୃଷକ ମାନଙ୍କ ଆୟ ବୃଦ୍ଧି ଓ କୃଷିର ସାମଗ୍ରିକ ଉନ୍ନତିରେ ସହାୟକ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।
ଲିନସି ଫାଉଣ୍ଡେସନର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କୃଷକ ମାନଙ୍କ ମଧ୍ୟରେ ମୃତ୍ତିକା ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି କରିବା ସହ ଉନ୍ନତ ଓ ସ୍ଥାୟୀ କୃଷି ପଦ୍ଧତି ଅବଲମ୍ବନ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ ଅଫିସର ଶ୍ରୀମତୀ ବି. ମନସା , ଜୟଲଷ୍ମୀ ଏବଂ ମମତା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କୃଷକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ସଠିକ ବ୍ୟବହାର କରି ଉନ୍ନତ କୃଷି ପଦ୍ଧତି ଅବଲମ୍ବନ କରିବାକୁ ସଂକଳ୍ପ ବଦ୍ଧ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930