Indus Valley Times

ଗଜପତି: ଶହୀଦ ଗୁଣାକାର ରାଓଙ୍କ ୩୦ ତମ ଜୟନ୍ତୀରେ “ଅମର ଯବାନ” ସ୍ମୃତିସ୍ତମ୍ଭ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

 Breaking News

ଗଜପତି: ଶହୀଦ ଗୁଣାକାର ରାଓଙ୍କ ୩୦ ତମ ଜୟନ୍ତୀରେ “ଅମର ଯବାନ” ସ୍ମୃତିସ୍ତମ୍ଭ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

July 03
17:51 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୭: ଶହୀଦ ଏସ ଗୁଣାକାର ରାଓଙ୍କ ୩୦ ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ପୂର୍ବତନ ସେନା କର୍ମଚାରୀ , ବିଶ୍ୱହିନ୍ଦୁ ପରିଷଦ ଓ କାବିଟି ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କ ସ୍ମୃତିସ୍ତମ୍ଭ ଠାରେ ଗଭୀର ତଥା ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ପାରଳାଖେମୁଣ୍ଡି ସହର ଉପକଣ୍ଠର ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା ଶୈବଗିରି ପାର୍ବତମାଳା ପାଦ ଦେଶରେ ପ୍ରତିଷ୍ଠା ହୋଇଥିବା ସ୍ମୃତିସ୍ତମ୍ଭ ଠାରେ ଶହୀଦ ଗୁଣାକାର ରାଓଙ୍କ ୩୦ତମ ଜୟନ୍ତୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଶହୀଦ ଗୁଣାକାର ରାଓଙ୍କ ସ୍ମୃତିସ୍ତମ୍ଭ ଠାରେ ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ସେନା ଅଧିକାରୀ ସୁବେଦାର ମେଜର ଶ୍ରୀ ଏନ: ମାର୍କଣ୍ଡ ରାଓ , ଶ୍ରୀ ଏନ: ସୂର୍ଯ୍ୟା ନାରାୟଣ ଏବଂ ଶ୍ରୀ ମନୋଜ କୁମାର ଦାସ ପ୍ରମୁଖ ଉଦବୋଧନ ଦେଇ କହିଥିଲେ ଯେ , ଗୁଣାକାର ରାଓ, ଜାମ୍ମୁ ଓ କାଶ୍ମୀରର କୁଲଗାଓଁ ଠାରେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ ରେଜିମେଣ୍ଟର ଏମଇ: ଗ୍ରୁପରେ କାର୍ଯ୍ୟରତ ଥିଲେ ।
ତେବେ ଗତ ୧୧/୪/୨୦୧୮ ତାରିଖ ରାତିରେ ଦେଶ ସୁରକ୍ଷା ପାଇଁ କୁଲଗାଓଁ ର ପାର୍ବତ୍ୟ ଘାଟି ଅଞ୍ଚଳରେ ରାତ୍ରିକାଳିନ ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ପାକିସ୍ଥାନୀ ସମର୍ଥିତ ଉଗ୍ରବାଦୀ ମାନେ ହଠାତ ଲୁଚିଆସି ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲେ । ସେଥିରେ ଗୁଣାକାର ରାଓ ଗୁଳିବାଜି ସହିଦ ହୋଇଥିଲେ ।
ଶହୀଦ ଗୁଣାକାର ରାଓ ଭାରତୀୟ ସେନାରେ ଜଣେ ଆଗଧାଡିର ଦକ୍ଷ ଓ ସାହସି ଡ୍ରାଇଭର ଥିଲେ ।
ପେଟ୍ରୋଲିଙ୍ଗ ସମୟରେ ତାଙ୍କୁ ଗୁଳି ବାଜିବା ସତ୍ତ୍ୱେ ସେ ସାହାସର ସହ ପେଟ୍ରୋଲିଙ୍ଗ ଗାଡିକୁ ଏକ ନିଛାଟିଆ ତଥା ଲୁକ୍କାୟିତ ସ୍ଥାନକୁ ନେଇ ଗାଡିକୁରଖି ଅନ୍ୟ ଯବାନ ମାନଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଏବଂ ପରେ ସେ ଟଳି ପଡ଼ିଥିଲେ ।
ସେହି ମହାନ ଶହୀଦଙ୍କ ଆଜି ହେଉଛି ୩୦ ତମ ଜନ୍ମ-ଜୟନ୍ତୀ ଦିନ । ଆଜିର ଏହି ତାଙ୍କର ଜନ୍ମ ଦିନରେ “ଅମର ଶହୀଦ ଜବାନ ” ସ୍ମୃତିସ୍ତମ୍ଭ ସମସ୍ତେ ଏକତ୍ରିତ ହୋଇ ତାଙ୍କପ୍ରତି ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଶହୀଦ ଗୁଣାକାରଙ୍କ ପ୍ରତି ବିଭିନ୍ନ ସ୍ଲୋଗାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ହରି ମୋହନ ପଟନାୟକ , ଲୋକନାଥ ମିଶ୍ର ଏବଂ ଅମିତ ପଟନାୟକଙ୍କ ସମେତ ବିଶ୍ୱହିନ୍ଦୁ ପରିଷଦ , ପୂର୍ବତନ ଭାରତୀୟ ସେନା କର୍ମଚାରି ଏବଂ ପରିବାର ବର୍ଗ ଓ କାବିଟି ଗ୍ରାମବାସୀ ପ୍ରମୁଖ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031