Indus Valley Times

ଗଜପତି: ଷଷ୍ଠ ଦିବସରେ ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

 Breaking News

ଗଜପତି: ଷଷ୍ଠ ଦିବସରେ ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

October 17
13:56 2022

ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି,୧୭/୧୦: ଷଷ୍ଠ ଦିବସ ରେ ଆଜି ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ୧୭ ବର୍ଷ ରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଯାଇଅଛି ।
ପ୍ରଥମ ପର‌୍ୟ୍ୟାୟରେ ଗୁମ୍ମା ଓ କାଶୀନଗର ବାଳକ ଟିମ ମଧ୍ୟରେ ଫୁଟବଲ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କାଶୀନଗର ବାଳକ ଫୁଟବଲ ଟିମ ୨/୧ ରେ ବିଜେତା ହୋଇଥିବା ବେଳେ ଦ୍ୱିତୀୟ ପର‌୍ୟ୍ୟାୟ ଖେଳରେ ମୋହନା ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋହନା ବାଳିକା ଟିମ ୩/୨ ଗୋଲରେ ସଫଳ ହୋଇଥିଲେ ।
ଆଜିର ଏହି ଦିବସ ଖେଳ ପ୍ରତିଯୋଗିତାରେ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ , ଜବାହର ନବୋଦୟ ବିଦ୍ୟାଳୟ ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳାଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଏସଭିଟି: ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ତିରୁମାଲା ରାଓ ପଟନାୟକ , ପାରଳାଖେମୁଣ୍ଡି ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ , ତାବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟନାୟକ , ଆଇପିିଇ: ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ବରିଷ୍ଠ ପିଇଟି ଶ୍ରୀ ପ୍ରିୟଦର୍ଶି ମିଶ୍ର , ଶିକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର , ଶିକ୍ଷକ ଶ୍ରୀ ଅମୁଲ୍ୟ ପାଣିଗ୍ରାହୀ , ଶ୍ରୀ ଦିଲୀପ କୁମାର ବାଗସିଂ, କ୍ରୀଡା ଶିକ୍ଷକ ଶ୍ରୀ ଲିଙ୍ଗ ରାଜ ସାହୁ , ପିଇଟି: ଶ୍ରୀ ଧିରେନ କୁମାର ସାମଲ , ଶ୍ରୀ କାଳିଆ ପ୍ରଧାନ , ଶ୍ରୀ କିଶୋର ଦାସ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଲିପସା ମିଶ୍ର ଓ ତାଙ୍କ ଟିମ ଫାଷ୍ଟ-ଏଡ ତଥା ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031