Indus Valley Times

ଗଜପତି: ସଖୀ ୱାନ-ଷ୍ଟପ ସେଣ୍ଟର ଓ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

 Breaking News

ଗଜପତି: ସଖୀ ୱାନ-ଷ୍ଟପ ସେଣ୍ଟର ଓ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

January 25
11:32 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୧: ପାରଳାଖେମୁଣ୍ଡି ଠାରେ ସଖୀ ୱାନ-ଷ୍ଟପ ସେଣ୍ଟର-ଚାଇଲଡ଼ ଲାଇନ ଏବଂ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପାରଳାଖେମୁଣ୍ଡି ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ସଖୀ ୱାନ-ଷ୍ଟପ ସେଣ୍ଟର ଓ ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୁରକ୍ଷା ଅଧିକାରୀ କେ:ସୁନିତା , ଏକ୍ସନ-ଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର , ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟ ଶ୍ରୀମତୀ ଅଳକା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ସେହିଭଳି ଏହି କାର୍ଯ୍ୟକ୍ରମରେ ସଖୀ ୱାନ-ଷ୍ଟପ ସେଣ୍ଟରର ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଶ୍ରୀମତୀ ମୀନା କୁମାରୀ ଟହଲ , ଶ୍ରୀମତୀ ସୁନିତା ବେହେରା , ସୁପ୍ରଭା ସାହୁ , ମୋହିନୀ ପ୍ରଧାନ , ଦିବ୍ୟ ସୁଆର ଏବଂ ଚାଇଲଡ଼ ଲାଇନର ଶ୍ରୀ ଟି: ଶୁରେଶ କୁମାର, ରବୀନ୍ଦ୍ର ପଣ୍ଡା , ସୌଜନ୍ୟା , ଲକ୍ଷ୍ମୀ ଗୌଡ଼ ଓ ଭେଙ୍କେଟେଶ୍ୱର ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।
ଅତିଥି ମାନେ ମୁଖ୍ୟତଃ ଲିଙ୍ଗଭିତ୍ତିକ ହିଂସା , ବାଲ୍ୟ ବିବାହ ନିଷେଧ ଆଇନ , ଶିଶୁ ଓ ମହିଳା ଚାଲାଣ , ୧୦୯୮ ଓ ୧୮୧ ହେଲ୍ପ ଲାଇନ , ସରକାରଙ୍କ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା , କନ୍ୟା ସନ୍ତାନଙ୍କ ବିଭିନ୍ନ ଅଧିକାର ପ୍ରଭୃତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ସେହିଭଳି ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ବିଭାଗ ପକ୍ଷରୁ ୱେବ ମିଟିଙ୍ଗ ମାଧ୍ୟମରେ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ଉପରେ କ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀଙ୍କ ଏହି ୱେବ-ମିଟିଙ୍ଗ ଆୟୋଜତ୍ଵ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନର ଆବଶ୍ୟକତା , ସୁରକ୍ଷା ଓ ଦେଶ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ କହି ସାମ୍ପ୍ରତିକ ଯୁଗରେ ନାରୀ\’ର ଆବଶ୍ୟକତା କେତେ ଯେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ବୁଝାଇଥିଲେ ।
ସେହିଭଳି ଏନଏସଏସ ଅଧିକାରୀ ଡ଼ଃ ପାଣିଗ୍ରାହୀ ବୈଦିକ ଯୁଗରୁ ନାରୀର ମହାନତା ଓ ଇଂରେଜ ମାନଙ୍କ ସମୟରେ ନାରୀ ଶିକ୍ଷାର ପ୍ରଗତି କିଭଳି ହେଲା ଏବଂ ଆଜିର ଯୁଗରେ କନ୍ୟା ଶିଶୁର ଯତ୍ନ ଓ ସୁରକ୍ଷା ଦିଗରେ ସରକାର ଆହୁରି ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ଏହି ଅବସରରେ ମହାବିଦ୍ୟାଳୟର ଦୁଇଜଣ ଛାତ୍ରୀ ରଶ୍ମିତା ଓ କଳ୍ପନା ମଧ୍ୟ କନ୍ୟା ସନ୍ତାନର ଯତ୍ନ ଓ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ନିଜର ଅଭିମତ ରଖିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031