Legatus

ଗଜପତି : ସମଲେଇ ନୃତ୍ୟ କଳା ପରିଷଦ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତରେ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ସମଲେଇ ନୃତ୍ୟ କଳା ପରିଷଦ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତରେ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29
11:41 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୯ : ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ଓ ପାରଳାର ଅଗ୍ରଣୀ ନୃତ୍ୟ ପ୍ରତିଷ୍ଠାନ ସମଲେଇ ନୃତ୍ୟ କଳା ପରିଷଦ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ “ନୂଆଁଖାଇ ଭେଟଘାଟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସମଲେଇ ନୃତ୍ୟ କଳା ପରିଷଦର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ\’ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ମହାନ୍ କୃଷି ଭିତ୍ତିକ ଗଣପର୍ବ ।
ଏହାକୁ ଏଠାରେ ପାଳନ କରା ଯାଉଥିବା ଯୋଗୁଁ ସେ ଉଦ୍ୟୋକ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରି କହିଥିଲେ ଯେ , ଏଠାରେ ଇତିହାସ , କଳା ଓ ସଂସ୍କୃତି ଭରପୁର ରହିଛି , ହେଲେ ଏଠାରେ ମନୋବଳର ଅଭାବ ରହିଛି , ତାକୁ ଉଜ୍ଜୀବିତ କରିବାକୁ ହେବ । ଏଠାରେ ବିଭିନ୍ନତା ମଧ୍ୟରେ ଏକତା ଯେଉଁ ରହିଛି , ତାହା ଏଠାରେ ପ୍ରମାଣିତ କରୁଛି । ତେଣୁ ନୃତ୍ୟ , ସଙ୍ଗୀତ ଓ କଳା\’ର ପୂର୍ବ ଗୌରବ ଯେଭଳି ଫେରି ପାଇବ ସେ ଦିଗରେ ପ୍ରୟାସ କରିବାକୁ ହେବ ବୋଲି କହିଥିଲେ। ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗରପାଳ ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ନୂଆଖାଇ ଏକ କୃଷିଭିତ୍ତିକ ଗଣପର୍ବ ଏବଂ ଏହାର ପାଳନର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଯୋଗ ଦେଇ ଭାବର ଆଦାନ ପ୍ରଦାନ ମାଧ୍ୟମରେ ବଡ଼ ମାନଙ୍କ ଠାରୁ ଛୋଟ ମାନେ କିଭଳି ଆଦର୍ଶ ଓ ସଂସ୍କାର ମୂଳକ ଶିକ୍ଷା ପାଇଥାନ୍ତି ଏବଂ ସାଂସ୍କୃତିକ ଭାବ କିଭଳି ଆଦାନ ପ୍ରଦାନ ହୋଇଥାଏ ସେ ସମ୍ପର୍କରେ , ନାଟ୍ୟକାର ଶ୍ରୀ ଆଦର୍ଶ ଦାସ ଯୋଗ ଦେଇ ଏ ଅଞ୍ଚଳରେ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସମେତ ବସ୍ତ୍ର ପରିଧାନ ଉପରେ କିପରି ଗୁରୁତ୍ଵ ଦିଆ ଯାଇଥାଏ ଏବଂ ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ଯୋଗ ଦେଇ ନୂଆଁଖାଇ ଭେଟଘାଟ ପାଳନ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସାଙ୍ଗସାଥୀ ମାନଙ୍କୁ ନେଇ ଭାଇଚାରା ପରିବେଶ ସୃଷ୍ଟି କରି କିଭଳି ଭାବ ଆଦାନ ପ୍ରଦାନ କରା ଯାଇଥାଏ , ସେ ବିଷୟରେ ଆଲୋକପାତ କରିଥିଲେ।
ଅନୁଷ୍ଠାନର ସମ୍ପାଦକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ତଥା ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।
ଏହି ଅବସରରେ ପାରଳାର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏଥି ସହ ପାରଳାର ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର , ସମଲାଇ ନୃତ୍ୟ କଳା ପରିଷଦ , ପଦାମୃତ ନୃତ୍ୟାୟନ ଏବଂ ମିରାକଲ୍ ନୃତ୍ୟ ଅନୁଷ୍ଠାନ ପ୍ରଭୃତି ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।
ସଭା ଶେଷରେ ମନୋଜ କୁମାର ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଡି: ପ୍ରିୟଙ୍କା ଏବଂ ଶ୍ରୀ ଡି: ମୋହନ ରାଓ ପ୍ରମୁଖ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930