Indus Valley Times

ଗଜପତି: ସିଦ୍ଧାନ୍ତ ସାହିତ୍ୟ ଓ ଆକାଂକ୍ଷା ଅନୁଷ୍ଠାନ ପକ୍ଷରୁ”ବିଶ୍ୱ ମାତୃଭାଷା ଦିବସ” କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି: ସିଦ୍ଧାନ୍ତ ସାହିତ୍ୟ ଓ ଆକାଂକ୍ଷା ଅନୁଷ୍ଠାନ ପକ୍ଷରୁ”ବିଶ୍ୱ ମାତୃଭାଷା ଦିବସ” କାର୍ଯ୍ୟକ୍ରମ ପାଳିତ

February 21
21:09 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୨ : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ଭାଷା ଓ ସାହିତ୍ୟ ଅନୁଷ୍ଠାନ “ସିଦ୍ଧାନ୍ତ ସାହିତ୍ୟ” ଓ ଆକାଂକ୍ଷା ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ବସନ୍ତ ବିହାର ସ୍ଥିତ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ “ବିଶ୍ୱ ମାତୃଭାଷା ଦିବସ\” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ଅବସରରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ତଥା ସାହିତ୍ୟିକ ଓ ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତି ଓ ଏହାର ଶୁଦ୍ଧତା ଉପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଏବଂ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସାଧାରଣ ପରିଷଦ ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ନିଜ ଭାଷାକୁ ସମ୍ମାନ ଦେଇ ବଞ୍ଚାଇ ରଖିବା ଓ ନିଜ ଭାଷାକୁ କିଭଳି ସୁରକ୍ଷା ଦେବା ବୋଲି କହି ମାତୃଭାଷା ମାଧ୍ୟମରେ ହିଁ କଳା , ସାହିତ୍ୟ ଓ ସଂସ୍କୃତି ପରମ୍ପରା ବଞ୍ଚି ରହିଥାଏ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଆଶାଲତା ପାଣିଗ୍ରାହୀ , ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଆକାଂକ୍ଷା ମହିଳା ଅନୁଷ୍ଠାନର ଉପଦେଷ୍ଟା ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଠୀ ଓ ସମ୍ପାଦିକା ମୀନା କୁମାରୀ ଟହଲ , ଜଗଦୀଶ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ଭାଗବତ ପାଢ଼ୀ ପ୍ରମୁଖ ଯୋଗଦେଇ ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ହେଉ ନ ଥିବା ଯୋଗୁଁ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି ନିଜ ମାତୃଭାଷାର ସମୃଦ୍ଧତା ପାଇଁ ସମସ୍ତ ଓଡ଼ିଆ ଓଡ଼ିଆ ଭାଷାରେ ଲିଖନ ଓ ପଠନ ସହ ସବୁ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର କରାଯିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।
ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମୁରଲୀଧର ପରିଛା ଓ ଶରତ ଚନ୍ଦ୍ର ସାହୁ ପରିଚାଳନା ଓ ସହଯୋଗ କରିଥିଲେ। ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031