Indus Valley Times

ଗଜପତି: ସିସିଡି ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନି-ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ

 Breaking News

ଗଜପତି: ସିସିଡି ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନି-ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ

November 24
20:00 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୧୧: ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସହାୟତାରେ “ସିସିଡି” ଅନୁଷ୍ଠାନ ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନି-ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି ।
ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାର ଗୁମ୍ମା ବ୍ଲକ୍ ଅନ୍ତର୍ଗତ ପରିଡା , ଗାଇବା , ବୃଷଭ ଓ ବାଇଝଲ୍ ପଞ୍ଚାୟତର ୩୦ ଜଣ ୱାର୍ଡ ସଭ୍ୟସଭ୍ୟା ଯୋଗ ଦେଇ ଥିଲେ ।
ଏହି ପ୍ରଶିକ୍ଷଣ ଶିବିରକୁ ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ବିଭାଗ ଦ୍ୱାରା ମନୋନୀତ ଶ୍ରୀ ନରେଶ ନାଥ ମହାପାତ୍ର ଏବଂ ଶ୍ରୀ ସୋମନାଥ ଚୌଧୁରୀ ପ୍ରମୁଖ ମୁଖ୍ୟ ସମ୍ବଳବ୍ୟକ୍ତି ଭାବେ ଯୋଗଦେଇ ଏହି ତିନି-ଦିନିଆ ପ୍ରଶିକ୍ଷଣ ଶିବରକୁ ପରିଚାଳନା କରିଥିଲେ ।
ଉଦଘାଟନୀ ଉତ୍ସବରେ ସିସିଡିର ସଂପାଦକ ଶ୍ରୀ ଏ ଜଗନ୍ନାଥ ରାଜୁ ଯୋଗ ଦେଇ ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କୁ ସେମାନଙ୍କ ଦାୟୀତ୍ୱ , କର୍ତ୍ତବ୍ୟ ଏବଂ ପଞ୍ଚାୟତରେ ମୂଖ୍ୟତଃ ମହିଳା ସଭ୍ୟାଙ୍କ ଭୂମିକା ଉପରେ ସଚେତନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ କାର‌୍ୟ୍ୟକ୍ରମ ପରିଚାଳକ ଶ୍ରୀ ଦେବେନ୍ଦ୍ର ନାଥ କର ଯୋଗଦେଇ ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କୁ ଉତ୍ସାହିତ କରିଥିଲେ।
ସମ୍ବଳ ବ୍ୟକ୍ତି ଗଣ ଉପସ୍ଥିତ ସଭ୍ୟସଭ୍ୟାଙ୍କୁ ପାୱାର ପଏଣ୍ଟ ଏବଂ ଖେଳ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ପଞ୍ଚାୟତ ତଥା ନିଜ ନିଜର ୱାର୍ଡର ଉନ୍ନତି କରିବା ପାଇଁ ସଚେତନ କରିଥିଲେ।
ତୃତୀୟ ଦିନରେ ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କୁ କ୍ଷେତ୍ର ଭ୍ରମଣରେ ଝାମୀ ପଞ୍ଚାୟତର କାର୍ଯ୍ୟକାରିତା ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟକ୍ରମମକୁ ପରିଦର୍ଶନ କରାଇବା ପରେ ସେମାନଙ୍କୁ ପ୍ରମାଣ ପତ୍ର ସହ ସମସ୍ତଙ୍କ ମିଳିତ ଫୋଟ ସିସିଡି\” ସଂପାଦକ , ସମ୍ୱଳବ୍ୟକ୍ତି ଓ ଶ୍ରୀ ଦେବେନ୍ଦ୍ର ନାଥ କରଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା ।
ଏହି ତିନି-ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ ସିସିଡିର ସମସ୍ତ କର୍ମୀ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031