Indus Valley Times

ଗଜପତି: ସିସିଡି ଦ୍ୱାରା ବିଶ୍ୱ ଭୌତିକ ଚିକିତ୍ସା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ସିସିଡି ଦ୍ୱାରା ବିଶ୍ୱ ଭୌତିକ ଚିକିତ୍ସା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

September 08
20:34 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୯: ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର୍ ଫର୍ କମ୍ୟୁନିଟି ଡେଭଲେପମେଣ୍ଟ (ସିସିଡି) ଆନୁକୁଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଗଜପତି ସହାୟତାରେ ବିଶ୍ୱ ଭୌତିକ ଚିକିତ୍ସା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଏତଦ୍ ବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ (ଆରବିଏସକେ) ର ଭୌତିକ ଚିକିତ୍ସକ ଡ଼ାଃ ପ୍ରମୋଦ କୁମାର ପାଢୀ , ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ଶ୍ରୀ ସୁମନ , ସମର୍ଥର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ବେହେରା , ସମର୍ଥ ସଂପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା , ସମର୍ଥ\’ର କୋଷାଧ୍ୟକ୍ଷ ପି: ଚିନ୍ନାରୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକାଞ୍ଚଳରୁ ୩୨ ଜଣ ଶିଶୁ ଓ ସେମାନଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ । ପ୍ରାରମ୍ବିକ ଭାଷଣରେ ସିସିଡ଼ିର ଶ୍ରୀ କେଦାର ନାଥ ପାଣିଗ୍ରାହୀ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଭୌତିକ ଚିକିତ୍ସକ ସରୋଜନୀ ରଇତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଅବଗତ କରାଇଥିଲେ ।
ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ , ଗଜପତି ଦ୍ୱାରା ୨୫ ଜଣ ମାନସିକ ବିକାରଗସ୍ତ ଶିଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆ ଯାଉଥିଲା । କିନ୍ତୁ ବର୍ତ୍ତମାନ ୫୬ ଜଣ ଶିଶୁଙ୍କୁ ସରକାରଙ୍କ ଦ୍ୱାରା ସହାୟତା ଯୋଗାଇ ଦିଆଯାଇଛି ଏବଂ ଏହା ବ୍ୟତୀତ ମୋଟ ୬୭ ଜଣ ଭିନ୍ନକ୍ଷମ ଶିଶୁଙ୍କୁ ସିସିଡି ଦ୍ୱାରା ଭୌତିକ ଚିକିତ୍ସା ପ୍ରଦାନ କରାଯାଉଛି ବୋଲି ସରୋଜନୀ ରଇତ ଉଲ୍ଲେଖ୍ୟ କରିଥିଲେ ।
ମୁଖ୍ୟ ଅତିଥି ସନ୍ତୋଷ କୁମାର ନାୟକ ସିସିଡି ଏବଂ ଭୌତିକ ଚିକିତ୍ସକ ଙ୍କୁ ବହୁତ ପ୍ରୋତ୍ସାହନ ଦେଇଥିଲେ ଏବଂ ସୋମାନଙ୍କର ଅବଦାନକୁ ଏକ ମହାପୁନ୍ୟ କର୍ତ୍ତବ୍ୟ ଓ ଏହା ମାନବ ସେବା ବୋଲି କହିଥିଲେ । ଏହା ସହିତ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ତଥା ମାସିକ ଭତ୍ତା , ବାଣୀଶ୍ରୀ ଭତ୍ତା , ୟୁଡିଆଇଡି: କାର୍ଡ ଉପରେ ଅବଗତ କରାଇଥିଲେ । ସମର୍ଥର ଶ୍ରୀ ନିରଞ୍ଜନ ବେହେରା ଏବଂ ଶ୍ରୀ ସନ୍ତୋଷ କୁମାର ମହାରଣା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅବଗତ କରାଇବ ସହ ଭୌତିକ ଚିକିତ୍ସା ଏକ ଉତ୍କୃଷ୍ଟ ମାର୍ଗ ଯାହା ଦ୍ୱାରା କି କମ୍ ଖର୍ଚ୍ଚରେ ମାନସିକ ଓ ଶାରିରୀକ ବିକାରଗ୍ରସ୍ତ ଶିଶୁ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରା ଯାଇପାରିବ ବୋଲି ବିବେଚନା କରିଥିଲେ ।
ଜିଲ୍ଲା ଭୌତିକ ଚିକିତ୍ସକ ଡ଼ାଃ ପ୍ରମୋଦ କୁମାର ପାଢୀ ସମସ୍ତ ଅଭିଭାବକ ମାନଙ୍କୁ ପ୍ରୋତ୍ସାହନ କରି କହିଥିଲେ ଯେ , ଭୌତିକ ଚିକିତ୍ସା ଏକ ଲମ୍ବା ପ୍ରୟାସ ଏବଂ ଏଥିରେ ବିରକ୍ତି କିମ୍ବା ବିବ୍ରତ ନ ହୋଇ ଆଗକୁ ବଢିବାକୁ ହେବ ଏବଂ ନିଶ୍ଚିତ ସଫଳତା ପାଇବେ ।
ଭୌତିକ ଚିକିତ୍ସା ଦ୍ୱାରା ସିସିଡିର ସଫଳତା କୁ ପାୱାର ପଏଣ୍ଟ ମାଧ୍ୟମରେ ସରୋଜନୀ ରଇତ ପ୍ରଦର୍ଶନ କରାଇଥିଲେ ଏବଂ ଏକ ସଫଳତାର କାହାଣୀ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ ।
ସିସିଡିର ଶ୍ରୀ ଏସ୍: ସିମାଞ୍ଚଳମ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିସିଡି କର୍ମକର୍ତ୍ତା ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30