Indus Valley Times

ଗଜପତି: “ସି”-୨୦ ସାଇଡ ଇଭେଣ୍ଟ ନିମନ୍ତେ ଭିନ୍ନକ୍ଷମ ମାନଙ୍କ ପାଇଁ ଆର୍ଥିକ ସଶକ୍ତିକରଣ ଓ ଚିରସ୍ଥାୟୀ ଜୀବିକା ସମ୍ପର୍କିତ ସୁପାରିଶ ବୈଠକ କାର୍ଯ୍ୟକ୍ରମ

 Breaking News

ଗଜପତି: “ସି”-୨୦ ସାଇଡ ଇଭେଣ୍ଟ ନିମନ୍ତେ ଭିନ୍ନକ୍ଷମ ମାନଙ୍କ ପାଇଁ ଆର୍ଥିକ ସଶକ୍ତିକରଣ ଓ ଚିରସ୍ଥାୟୀ ଜୀବିକା ସମ୍ପର୍କିତ ସୁପାରିଶ ବୈଠକ କାର୍ଯ୍ୟକ୍ରମ

ଗଜପତି: “ସି”-୨୦ ସାଇଡ ଇଭେଣ୍ଟ ନିମନ୍ତେ ଭିନ୍ନକ୍ଷମ ମାନଙ୍କ ପାଇଁ ଆର୍ଥିକ ସଶକ୍ତିକରଣ ଓ ଚିରସ୍ଥାୟୀ ଜୀବିକା ସମ୍ପର୍କିତ ସୁପାରିଶ ବୈଠକ କାର୍ଯ୍ୟକ୍ରମ
April 19
19:19 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୪: ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିସିଡି: ର ସଭା ଗୃହ ଠାରେ “ଜି:-୨୦” ର ସାଇଡ ଇଭେଣ୍ଟ “ସି:-୨୦” ନିମନ୍ତେ ଭିନ୍ନକ୍ଷମ ମାନଙ୍କ ପାଇଁ ଆର୍ଥିକ ସଶକ୍ତି କରଣ ଓ ଚିରସ୍ଥାୟୀ ଜୀବିକା ସମ୍ପର୍କିତ ଏକ ସୁପାରିଶ ବୈଠକ କାର‌୍ୟ୍ୟକ୍ରମ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ପକ୍ଷରୁ ସାଇଟ୍ ସେଭର୍ସ୍ ଇଣ୍ଡିଆ ସହାୟତାରେ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ବିକଳାଙ୍ଗ ମଞ୍ଚର ସଭାପତି ତଥା “ସମର୍ଥ” ଆନୁଷ୍ଠାନର ଗଜପତି ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ସିସିଡ଼ି: ର ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ , ଓଡ଼ିଶା ଜୀବିକା ମିଶନ:- “ସ୍ଵୟମ” କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜୀକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , ଗୁରାଣ୍ତୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ଏବଂ “ସମର୍ଥ” ର ଜିଲ୍ଲା ସଂପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ପ୍ରମୁଖ ମଞ୍ଚାସିନ ରହି ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ କିଭଳି ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ଏବଂ ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସେମାନଙ୍କ ଚିରସ୍ଥାୟୀ ଜୀବନ ଜୀବିକା କିଭଳି ସୁନିଶ୍ଚିତ ହୋଇପାରିବ , ସେ ସବୁକୁ ନେଇ ଆମେ କିଭଳି ଭୁବନେଶ୍ୱର ଠାରେ ସାଇଟ୍ ସେଭାର୍ସ୍ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା “ଜି:-୨୦” ର ସାଇଡ ଇଭେଣ୍ଟ “ସି:-୨୦” ବୈଠକରେ ଆମର ସୁପାରିସ ରଖିବା , ଯେଉଁ ସୁପାରିଶ “ସି:-୨୦” ମାଧ୍ୟମରେ “ଜି:-୨୦” ରେ ଆମ ସୁପାରିଶ ସବୁ ଯିବ ସେହି ଉଦ୍ଦେଶ୍ୟ ନେଇ ଆଜିର ଏହି କାର୍ଯ୍ୟକ୍ରମବୋଲି କହିଥିଲେ ।
ଅନ୍ୟ ପକ୍ଷରେ ଆମ ଭିତରେ ଅନେକ ପ୍ରକାରର ଭିନ୍ନକ୍ଷମ ବ୍ୟକ୍ତି ରହିଛନ୍ତି , ସେଥିପାଇଁ କାହାର କଣ ସମସ୍ୟା ରହିଛି ଏବଂ ସେମାନଙ୍କୁ କି ପ୍ରକାରର ସୁବିଧା ସୁଯୋଗ ଆବଶ୍ୟକ , ସେଥିପାଇଁ ତାର ଏକ ସମ୍ପୂର୍ଣ ଡାଟା ତଥ୍ୟ ନିହାତି ରଖିବା ଆବଶ୍ୟକ ବୋଲି କୁହା ଯାଇଥିଲା ।
ଏଥି ସମେତ ଆମ ପାଇଁ ଯେଉଁ ସବୁ ଆହ୍ବାନ ରହିଛି , ତାହା ଆମେ କିଭଳି କାର୍ଯ୍ୟରେ ପରିଣତ କରି ସକ୍ଷମ ଠାରୁ ମଧ୍ୟ ଆମେ କିଛି କାମ ନୋହୁଁ ବୋଲି ନଜିର ଦେଖାଇବାକୁ ହେବ ବୋଲି ପରାମର୍ଶ ଦେଇ କହିଥିଲେ ।
ବହୁ ସଂଖ୍ୟାରେ ଭିନ୍ନକ୍ଷମ ବ୍ୟକ୍ତି ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦୈନନ୍ଦିନ ଜୀବନରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟା ଓ ଅସୁବିଧା ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031