Indus Valley Times

ଗଜପତି: ସ୍ବଚ୍ଛତା ଅଭିଯାନ: “ସଫେଇ କୋ ଆପନାଓ – ବିମାରୀ କୋ ଭଗାଓ” ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ

 Breaking News

ଗଜପତି: ସ୍ବଚ୍ଛତା ଅଭିଯାନ: “ସଫେଇ କୋ ଆପନାଓ – ବିମାରୀ କୋ ଭଗାଓ” ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ

ଗଜପତି: ସ୍ବଚ୍ଛତା ଅଭିଯାନ: “ସଫେଇ କୋ ଆପନାଓ – ବିମାରୀ କୋ ଭଗାଓ” ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ
July 11
08:23 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅବସରରେ “ସଫେଇ କୋ ଆପନାଓ – ବିମାରୀ କୋ ଭଗାଓ” ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା ରଥ ଚଳିତ ମାସ ଜୁଲାଇ ୧ ରୁ ଆସନ୍ତା ମାସ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ୨ ମାସ ଧରି ପୌର ପରିଷଦର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଲୋକ ମାନଙ୍କୁ ବର୍ଷା ମାସରେ ପରିବେଶ ସଫାସୁତୁରା ରଖିବା ଏବଂ ମଶା ବାହିତ ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆ ପ୍ରଭୃତି ରୋଗକୁ ଭଗାଇବା ଉପରେ ସଚେତନ କରାଇବ ।
ଏହି ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , କାର୍ଯ୍ୟ ନିର୍ବାହୀ ଅଧିକାରୀ ଲିପିନା ଦାସ ଏବଂ ଡୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ସେମାନେ କହିଥିଲେ ଯେ , ବର୍ଷା ଦିନରେ ପରିବେଶ ସଫା ସୁତୁରା ରଖିବା ପାଇଁ ଲୋକଙ୍କୁ ସଚେତନ କରାଇବା ଏହା ଏକ ପ୍ରୟାସ ।
ମୁଖ୍ୟତଃ ବର୍ଷା ଦିନରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଫଳରେ ମଶାମାଛି ଦ୍ଵାରା ଯେଉଁ ଜଳ ବାହିତ ଓ ବାୟୁ ବାହିତ ରୋଗ ଯଥା:- ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆ ପ୍ରଭୃତି ରୋଗ ବ୍ୟାପିଥାଏ , ସେଥିରୁ ଲୋକଙ୍କୁ ସତର୍କ ରହିବା ସହ ନିରୋଗ ରହିବା ପାଇଁ ସଚେତନ କରାଇବା ସହ ସଫେଇ ବାର୍ତ୍ତା ଦେବ ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ନାଳ ଓ ବିଭିନ୍ନ ସ୍ଥାନ ସଫେଇ ନ ହେଉଥିବା ଦେଖିଲେ ତୁରନ୍ତ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ସଚେତନ ନାଗରିକ ମାନଙ୍କୁ ଅନୁରୋଧ କରାଯାଇଛି ।
ବହୁ ସଂଖ୍ୟାରେ ପୌର ପରିଷଦ କର୍ମଚାରୀ ଉପସ୍ଥିତ ରହି \”ସଫେଇ ଆପନାଓ ବିମାରି ଭ” ସ୍ୱଚ୍ଛତା ନାରା ଦେଇ ଲୋକଙ୍କୁ ସଚେତନ କରାଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30