Legatus

ଗଜପତି: ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

 Breaking News

ଗଜପତି: ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

ଗଜପତି: ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ
January 14
09:56 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୧:ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ଏବଂ ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ପାରଳାଖେମୁଣ୍ଡି ଶାଖା ଆନୁକୂଲ୍ୟ\’ରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷୀଣି ସମାଜ ସଭା ଗୃହରେ ଅନୁଷ୍ଠାନ ର ସଭାପତି ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର\’ଙ୍କ ଅଧ୍ୟକ୍ଷତାରେ ଜାତୀୟ ଯୁବ ଦିବସ\” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନର ଉପ ସଭାପତି ତଥା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ।
ସେହିଭଳି ସ୍ବଦେଶ ମନ୍ତ୍ର ପାଠ କରିଥିଲେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ସସ୍ମିତା ଦାସ ଏବଂ ବିବରଣୀ ପାଠ କରିଥିଲେ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନର ସଂଯୋଜିକା ସୁଶ୍ରୀ ଅରୁପାଞ୍ଜଳୀ ମହାନ୍ତି।
ଯୁବ ବ୍ୟାପାର ପରିଷଦର ସଂଯୋଜିକ ଶ୍ରୀମାନ ଅର୍ଜୁନ ମଣ୍ଡଳ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ସ୍ୱାମୀଜୀଙ୍କ ଆଦର୍ଶ କିଭଳି ମହୌଷଧି , ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଜିତେନ୍ଦ୍ରନାଥ ପଟ୍ଟନାୟକ ଯୋଗ ଦେଇ ସେ ତାଙ୍କ ଆଲୋଚନା ରେ ସ୍ୱାମୀଜୀଙ୍କ ଆଦର୍ଶରେ ପ୍ରତ୍ୟେକେ ଅନୁପ୍ରାଣିତ ହେବା ସହିତ ସମାଜ\’କୁ ସ୍ୱାମୀଜୀଙ୍କ ବାର୍ତ୍ତା ଯଦି ଲୋକ ଲୋଚନକୁ ଅଣାଯାଏ ତେବେ ସମାଜ ସୁଧୁରିଯିବ ବୋଲି କହିଥିଲେ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅନୁଷ୍ଠାନ ତରଫ ରୁ ପୁରସ୍କାର ବିତରଣ କରା ଯାଇଥିଲା।
ପରିଶେଷରେ ପର୍ଶୁରାମ ଗୁରୁକୂଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଶଶୀକାନ୍ତ ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930