Indus Valley Times

ଗଜପତି: ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଜିଲ୍ଲାସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସରକାରଙ୍କ ଉଦ୍ଦେଶରେ ଦାବିପତ୍ର ପ୍ରଦାନ

 Breaking News

ଗଜପତି: ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଜିଲ୍ଲାସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସରକାରଙ୍କ ଉଦ୍ଦେଶରେ ଦାବିପତ୍ର ପ୍ରଦାନ

November 11
20:19 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୧୧: ପାରଳାଖେମୁଣ୍ଡି ଠାରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ୍ ପକ୍ଷରୁ ଚାକିରି ନିୟମିତ କରିବା ଦାବୀ ନେଇ ଜିଲ୍ଲା ସଂଘ ସଭାପତି ଶ୍ରୀ ଏମ: ଖଗେଶ୍ବର ରାଓଙ୍କ ନେତୃତ୍ୱରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି ।
ଠିକା କର୍ମଚାରୀ ସଂଘ ପକ୍ଷରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ସଂପର୍କରେ ଅଭିଯୋଗ କରି କୁହା ଯାଇଛି ଯେ , ସେମାନେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ଜାତୀୟ ସ୍ବାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡ଼ସ ସୋସାଇଟି ଅଧିନରେ ନିରବଚ୍ଛିନ୍ନ ଭାବେ ସେବା କାର୍ଯ୍ୟ କରି ଆସୁଛନ୍ତି ।
ଆମର ନ୍ୟାର୍ଯ୍ୟ ଦାବୀ ପ୍ରତି ସରକାରଙ୍କୁ ବିଭିନ୍ନ ସମୟରେ ବହୁବାର ଦାବୀ ଜଣାଇ ଆସୁଥିଲେ ହେଁ ସରକାର ସମାଧାନ ତଥା ଦାବୀ ପୂରଣ ଦିଗରେ କୌଣସି କର୍ଣ୍ଣପାତ କରୁନାହାନ୍ତି ।
ସରକାର ଆମର ନ୍ୟାର୍ଯ୍ୟ ଦାବି ପୂରଣ କରିବା ଦିଗରେ ସମ୍ପୂର୍ଣ ଭାବେ ଉଦାସୀନତା ଓ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ।
ଏଇ ନିକଟରେ ରାଜ୍ୟ ସରକାର , ବିଭିନ୍ନ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଚାକିରୀକୁ ନିୟମିତ କରିଛନ୍ତି , କିନ୍ତୁ ଆମ ପ୍ରତି ଏତେ ଅବିଚାର କାହିଁକି ।
ତେଣୁ କରି ଜିଲ୍ଲାସଂଘ ପକ୍ଷରୁ ଆମେ ରାଜ୍ୟ ସରକାରଙ୍କ ଠାରେ ବିନମ୍ର ନିବେଦନ କରି ଜଣାଉଛୁ ଯେ , ଆମର ଏହି ଉପରୋକ୍ତ ବିଷୟ ପ୍ରତି ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରି ଆମ ଠିକା କର୍ମଚାରୀ ମାନଙ୍କ ଚାକିରୀକୁ ତୁରନ୍ତ ନିୟମିତ କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯାଉ ।
ଆମର ନିବେଦନ ଓ ଗୁହାରି ପ୍ରତି ତୁରନ୍ତ ଦାବୀ ପୁରଣ କରା ନ ହେଲେ ଏହାର ପ୍ରତିବାଦରେ ଆମେ ସମସ୍ତେ କାର୍ଯ୍ୟ ସ୍ଥଳରେ ହଳଦିଆ ବ୍ୟାଚ ପିନ୍ଧିବା ସହିତ କେତେକ କାର୍ଯ୍ୟରେ ଅସହଯୋଗ କରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲାସଂଘ ସଭାପତି ଶ୍ରୀ ଏମ: ଖଗେଶ୍ବର ରାଓ ଏବଂ ସଂଘର ସଂପାଦକ ଶ୍ରୀ ଜେ: ସୁଦର୍ଶନ ରାଓ ସୂଚନା ଦେଇଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031