Indus Valley Times

ଗଞ୍ଜାମରେ ମାଡି ଚାଲିଛି ଡେଙ୍ଗୁ: ମୋଟ ୧୩୩ଜଣ ପଜିଟିଭ୍ ଚିହ୍ନଟ, ସ୍ଥିତି ସଙ୍ଗିନ୍‌

 Breaking News

ଗଞ୍ଜାମରେ ମାଡି ଚାଲିଛି ଡେଙ୍ଗୁ: ମୋଟ ୧୩୩ଜଣ ପଜିଟିଭ୍ ଚିହ୍ନଟ, ସ୍ଥିତି ସଙ୍ଗିନ୍‌

October 22
13:33 2022

ବ୍ରହ୍ମପୁର,୨୨/୧୦: : ଗଞ୍ଜାମ ଜିଲ୍ଲାରେ ବ୍ୟାପି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଦିନକୁ ଦିକ ସ୍ଥିତି ସଙ୍ଗିନ୍ ହେଉଛି । କିଛିକିଛି ଦିନର ବ୍ୟବଧାନରେ ଜିଲ୍ଲାରୁ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଜିଲ୍ଲାରେ ମୋଟ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୧୩୩ରେ ପହଞ୍ଚି ସାରିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ସେପଟେ ଆନ୍ଧ୍ର ସୀମାନ୍ତ ବ୍ଲକ୍ ପାତ୍ରପୁରରେ ସ୍ଥିତି ସଙ୍ଗିନ୍ ହୋଇ ପଡ଼ିଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ରୁ ସର୍ବାଧିକ ୩୦ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ବିପର‌୍ୟ୍ୟସ୍ତ ପରିମଳ ବ୍ୟବସ୍ଥା ହିଁ ଡେଙ୍ଗୁ ବ୍ୟାପିବାର ଏକମାତ୍ର କାରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଡେଙ୍ଗୁର ମୁକାବିଲା ସହିତ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଜାତୀୟ ମାନବ ଅଧିକାର କମିସନ୍(ଏନ୍ଏଚ୍ଆର୍ସି)ରେ ପିଟିସନ୍ ମଧ୍ୟ ରୁଜୁ କରି ସାରିଛନ୍ତି। ଏନ୍ଏଚ୍ଆର୍ସି ଏହି ପିଟିସନ୍ ଗ୍ରହଣ କରି ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରି ସାରିଛନ୍ତି।
ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍କେସିଜି ବଡ଼ ଡାକ୍ତରଖାନା କାଜୁଆଲ୍ଟି ପ୍ରଥମ ମହଲାରେ ସ୍ବତନ୍ତ୍ର ୱାର୍ଡ଼ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୩୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାହାର ରାଜ୍ୟ ଓ ଜିଲ୍ଲାରୁ ୫୬ଜଣ ରୋଗୀ ଆସିଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକ୍କୁ ଡେଙ୍ଗୁ ମାଡ଼ି ସାରିଲାଣି। ପାତ୍ରପୁର ବ୍ଲକ୍ରେ ଅଧିକ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପରିକି ଦୁଇଜଣଙ୍କ ଡେଙ୍ଗୁରେ ମୃତ୍ୟୁ ଘଟି ସାରିଥିବା ଅଭିଯୋଗ ହୋଇଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହାକୁ ଖଣ୍ଡନ କରିଛି। ଏହି ବ୍ଲକ୍ର ପାତ୍ରପୁର, ବଳରାମପୁର, ତୁରୁବୁଡ଼ି ଓ ମନ୍ଦରଡ଼ାରେ ଡେଙ୍ଗୁ ଜ୍ବର ଅଧିକ ବ୍ୟାପିଛି। ବିପର‌୍ୟ୍ୟସ୍ତ ପରିମଳ ବ୍ୟବସ୍ଥା ହିଁ ଡେଙ୍ଗୁ ବ୍ୟାପିବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଣୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ବ୍ରହ୍ମପୁର ସହରରେ ମଧ୍ୟ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଛି। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହି ମଶା ସୃଷ୍ଟି ହେଉଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031