Indus Valley Times

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ

 Breaking News

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ

August 08
09:29 2020

ବ୍ରହ୍ମପୁର,୮/୮: ଆଜି ସକାଳେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୩.୮ ତ୍ରୀବତାର ଭୂମିକମ୍ପ ରେକର୍ଡ କରାଯାଇଛି। ଏହାର ଗଭୀରତା ୧୬ କିଲୋମିଟର ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟା ୧୦ ମିନିଟରେଏହି ଭୂମିକମ୍ପ ଅନୁଭୂତ ହୋଇଥିବାର ସୂଚନା ମିଳିଛି । ଏହି ଭୂମିକମ୍ପ ପ୍ରାୟ ୫ରୁ ୭ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ସୂଚନା ରହିଛି।
ବ୍ରହ୍ମପୁରଠାରୁ ପ୍ରାୟ ୭୩ କିଲୋମିଟର ଦୂରରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଏହାର କେନ୍ଦ୍ରସ୍ଥଳ ରହିଥିବା ପାଣିପାଗ ବିଭାଗ କହିଛି । ଭୂକମ୍ପ ଅନୁଭୂତ ହେବା ସମୟରେ ଘରଦ୍ବାର ଦୋହଲିବାରୁ ଭୟରେ ବହୁ ଲୋକେ ପଦାକୁ ବାହାରି ଆସିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031