Indus Valley Times

ଗଞ୍ଜାମ ପୁଲିସକୁ ବଡ଼ ସଫଳତା: ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ, ୧୮ ଅଭିଯୁକ୍ତ ଗିରଫ

 Breaking News

ଗଞ୍ଜାମ ପୁଲିସକୁ ବଡ଼ ସଫଳତା: ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ, ୧୮ ଅଭିଯୁକ୍ତ ଗିରଫ

May 04
18:43 2025

ଗଞ୍ଜାମ,୪/୫ : ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢାଉ କରି ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ୍‌, ୬୬ଟି ଅଫୁଟା ଗୁଳି ଓ ୪ଟି ଖୋକା ଜବତ ହୋଇଛି ।
ସୂଚନା ଅନୁଯାୟୀ, ରବିବାର ଗଞ୍ଜାମ ପୋଲିସ ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡ଼ା, ଭଞ୍ଜନଗର, ପୋଲସରା, ଚମାଖଣ୍ଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।
ଯେଉଁଥିରେ ୧୮ ଜଣ ଅପରାଧୀଙ୍କୁ ଗିରଫ କରିଛି । ଏହାସହିତ ସେମାନଙ୍କ ନିକଟରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ୍‌, ୬୬ଟି ଗୁଳି ଓ ୪ଟି ଖୋକା ଜବତ ହୋଇଛି । ବିଭିନ୍ନ ଅପରାଧୀଙ୍କ ମାମଲାରେ ଏମାନେ ସମସ୍ତେ ଜଡିତ ଥିଲେ । ପୋଲିସର ତଦନ୍ତ ପରେ ହିଁ ଏନେଇ ଅଧିକ ତଥ୍ୟ ମିଳିବ ବୋଲି ସୂଚନା ରହିଛି ।
ଆଜି ଗଞ୍ଜାମ ଏସପି ଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି କ୍ଷ ଏହି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ସମେତ ସମସ୍ତ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031