Indus Valley Times

ଗଞ୍ଜେଇ କାରବାରରେ ଖାକି ଲିଙ୍କ, ଫାଣ୍ଡି ଅଧିକାରୀ ସମେତ ୩ ଜଣ କନେଷ୍ଟବଳ ନିଲମ୍ବିତ

 Breaking News

ଗଞ୍ଜେଇ କାରବାରରେ ଖାକି ଲିଙ୍କ, ଫାଣ୍ଡି ଅଧିକାରୀ ସମେତ ୩ ଜଣ କନେଷ୍ଟବଳ ନିଲମ୍ବିତ

ଗଞ୍ଜେଇ କାରବାରରେ ଖାକି ଲିଙ୍କ, ଫାଣ୍ଡି ଅଧିକାରୀ ସମେତ ୩ ଜଣ କନେଷ୍ଟବଳ ନିଲମ୍ବିତ
January 20
10:23 2023

ବୌଦ୍ଧ,୨୦/୧ : ଜବତ ଗଞ୍ଜେଇକୁ ସରକାରୀ ବାସଭବନରେ ଲୁଚାଇ ରଖିବା ଓ ଗଞ୍ଜେଇ ବେପାରୀକୁ ଛାଡ଼ି ଦେବା ଅଭିଯୋଗରେ ୩ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବୌଦ୍ଧ ଏସ୍ପି। ସେମାନେ ହେଲେ ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନଷ୍ଟେବଲ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ।
୧୭ ତାରିଖ ରାତିରେ ବଘିଆପଡା ଫାଣ୍ଡି ଅଞ୍ଚଳ ବେରେଡାବେରୀ ଛକ ନିକଟରେ ଜଣେ ଯୁବକ ଗଞ୍ଜେଇ ନେଇ ବାଇକରେ ଯାଉଥିବା ବେଳେ ଫାଣ୍ଡି ଅଧିକାରୀ ତାକୁ ଅଟକାଇଥିଲେ। ତାଙ୍କ ସାଙ୍ଗରେ ନିଲମ୍ବିତ ଦୁଇ କନଷ୍ଟେବଲ ଥିଲେ। ଯୁବକଙ୍କ ଗାଡ଼ି ଡିକିରୁ ୧୩ କେଜି ଗଂଜେଇ ଜବତ କରି ଫାଣ୍ଡିକୁ ନେଇଯାଇଥିଲେ। ସେଠାରେ ଗଂଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀ ଜଣଙ୍କୁ ଛାଡି ଦେଇଥିଲେ। ଗଂଜେଇ ଏବଂ ଜବତ ବାଇକକୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ। ଫାଣ୍ଡି ଅଧିକାରୀ ସନାତନ ।
୧୮ ତାରିଖରେ ଏସ୍ପି କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲେ। ବଘିଆପଡ଼ା ଫାଣ୍ଡି ଅଧିକାରୀ ଓ ଦୁଇ କନଷ୍ଟେବଲଙ୍କୁ ଡାକି ପଚରାଉଚରା କରିଥିଲେ। ଏହାସହ ବୌଦ୍ଧ ଆଇଆଇସିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଆଇଆଇସି ବଘିଆପଡ଼ା ଫାଣ୍ଡି ଅଧିକାରୀଙ୍କ କ୍ୱାର୍ଟର୍ସରୁ ଗଞ୍ଜେଇ ଜବତ କରିବା ସହ ସେ ଗଞ୍ଜେଇ କାରବାର କରୁଥିବା ପ୍ରମାଣ ପାଇଥିଲେ। ଏହାସହ ଦୁଇ କନଷ୍ଟେବଲ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ଗଞ୍ଜେଇ ଚୋରାଚାଲାଣ କରିବା, ଗଞ୍ଜେଇ ବେପାରୀଙ୍କୁ ଛାଡ଼ିଦେବା ଓ କ୍ୱାର୍ଟର୍ସରୁ ଗଞ୍ଜେଇ ଜବତ ହେବା ଅଭିଯୋଗରେ ଗତକାଲି ଏସପି ବଘିଆପଡ଼ା ଫାଣ୍ଡି ଅଧିକାରୀ ଓ ଦୁଇ କନେଷ୍ଟବଲଙ୍କୁ ନିଲମ୍ବିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031