Indus Valley Times

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ କୋର୍ଟ ଚାଲାଣ କଲା ପୁଲିସ

 Breaking News

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ କୋର୍ଟ ଚାଲାଣ କଲା ପୁଲିସ

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ କୋର୍ଟ ଚାଲାଣ କଲା ପୁଲିସ
July 24
21:06 2020

ନୂଆଗାଁ,୨୪/୭: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଂଚଳରେ ଥିବା କୃଷ୍ଣଚନ୍ଦ୍ର ପୁର ଠାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମହିପୁର ଫାଣ୍ଡି ପୁଲିସ ଦ୍ଵାରା ଗଞ୍ଜେଇ ଚୋରା ଚାଲାଣ କାରୀ ୨ ଜଣ ଏବଂ ବାଇକ୍ ଅଟକ ରଖାଯାଇଥିଲା ।
ସୂଚନା ଅନୁଯାୟୀ ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ସାଇ ତିଙ୍ଗିଆ ଗ୍ରାମର ଗଜେନ୍ଦ୍ର କହଁର ଓ ଲେଙ୍ଗାରଣା ଗ୍ରାମର ରାଜୁ କହଁର ଏକ ବାଇକ୍ ରେ ନୟାଗଡ ସିମିଳି ସାହି ଗଞ୍ଜେଇ ନେଇ ଯାଉଥିବା ବେଳେ କୃଷ୍ଣଚନ୍ଦ୍ର ପୁର ଠାରେ ଫାଣ୍ଡି ଅଧିକାରୀ ଶ୍ରୀ ଦେବତା ଓ ପୁଲିସ କର୍ମଚାରୀ ଚେ କିଂ କରିବା ସମୟରେ ବ୍ୟାଗ୍ ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ।
ଏହି ଦୁଇ ଜଣ ଏବଂ ଗାଡ଼ିକୁ ଫାଣ୍ଡି ଅଧିକାରୀ ଜବତ କରିଥିଲେ।ଏହି ଦୁଇ ଜଣକୁ ପୁଲିସ ଦ୍ଵାରା ପଚରା ଉଚରା କରାଯିବା ପରେ ସିମିଳି ସାହି ର ରମେଶ ଜେନା ଙ୍କ ପାଇଁ ଏହି ଗଞ୍ଜେଇ ନିଆଯାଉଥିବା ଚୋରା ଚାଲାଣ କାରୀ ଯୁବକ ଦୁଇ ଜଣ ପ୍ରକାଶ କରିବା ପରେ ପୁଲିସ୍ ଦ୍ଵାରା ରମେଶ ଜେନାଙ୍କୁ ଗିରଫ କରାଯାଇଥିଲା।୨ କେଜି ଗଞ୍ଜେଇ ଚୋରା ଚାଲାଣ ରେ ୫୭ / ୨୦ ରେ ମାମଲା ରୁଜୁ କରି ଗିରଫ ହୋଇଥିବା ୩ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930