Indus Valley Times

ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି ଜ୍ଞାନେଶ: ନିଳାଂଶୁ ଚତୁର୍ବେଦୀ ;ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କଲା କଂଗ୍ରେସ

 Breaking News

ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି ଜ୍ଞାନେଶ: ନିଳାଂଶୁ ଚତୁର୍ବେଦୀ ;ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି ଜ୍ଞାନେଶ: ନିଳାଂଶୁ ଚତୁର୍ବେଦୀ ;ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କଲା କଂଗ୍ରେସ
October 28
22:04 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୮/୧୦: ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିପଦ ମଧ୍ୟକୁ ଠେଲି ଦିଆଯାଉଛି ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ଏଥିସହ ଜ୍ଞାନେଶ କୁମାର ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି।
ବୁଧବାର ଖୋରଧା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ନିଳାଂଶୁ ଚତୁର୍ବେଦୀ ଏହି ଅଭିଯୋଗ ଆଣିଛନ୍ତି। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଧାରା ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ସେ ପ୍ରଶ୍ନ ଉଠାଇଥିଲେ।
ଶ୍ରୀ ଚତୁର୍ବେଦୀ କହିଥିଲେ ଯେ ଦେଶରେ ଅବୈଧ ସ୍ୱତନ୍ତ୍ର ତୀବ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ବାତିଲ କରାଯିବା ଆବଶ୍ୟକ। ଏହି ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତୁରନ୍ତ ପୁନଃ ସଂଯୋଗ କରାଯାଉ।
ପୂର୍ବଭଳି ନିୟମିତ ବ୍ୟବଧାନରେ ଭୋଟର ତାଲିକା ସଂଶୋଧନ କରିବା ସହ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ଆଇନକୁ ବାତିଲ କରିବା ପାଇଁ ସେ ଦାବି କରିଥିଲେ।
ଏଥିସହ ନିର୍ବାଚନ ଆୟୋଗର ସ୍ୱାଧୀନତା ଓ ସ୍ୱାୟତ୍ତତା ସୁନିଶ୍ଚିତ କରିବା, ନିର୍ବାଚନ ବ୍ୟବସ୍ଥାରେ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ପ୍ରଚଳନ କରିବା ଏବଂ ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରଭାବକୁ ରୋକିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିବାଦୀୟ କାର୍ଯ୍ୟଧାରା ଦେଶର ଗଣତାନ୍ତ୍ରିକ ପରମ୍ପରା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଶ୍ରୀ ଚତୁର୍ବେଦୀ ଅଭିଯୋଗ କରିଥିଲେ।
ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ଭୋଟର ମାନେ ନିଜକୁ ସୁରକ୍ଷିତ ମନେ କରି ପାରୁନାହାନ୍ତି। ଏପରିକି ଅନେକ ଭୋଟରଙ୍କ ନାମ ଭୋଟର ତାଲିକାରେ ଅଛି କି ନାହିଁ, ସେନେଇ ମଧ୍ୟ ଅନିଶ୍ଚିତତା ରହିଛି ବୋଲି ସେ କହିଥିଲେ।
ତେଣୁ ଭୋଟର ତାଲିକା ସଂଶୋଧନ ଓ ଏସ୍‌ଆଇଆର୍ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ନିରପେକ୍ଷତା ରକ୍ଷା କରିବା ଜରୁରୀ ବୋଲି ସେ ମତ ଦେଇଥିଲେ।
ସାମ୍ବାଦିକ ସମ୍ମିଳନୀ ପରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପିସିସି ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ପ୍ରିୟବ୍ରତ ସାମନ୍ତରାୟ, ବେଗୁନିଆ ବିଧାନସଭା ଆସନର ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ଖୋରଧା ବିଧାନସଭା ଆସନର ପ୍ରାର୍ଥୀ ସୋନାଲି ସାହୁ, ଜଟଣୀ ବିଧାନସଭା ଆସନର ପ୍ରାର୍ଥୀ ସନ୍ତୋଷ ଜେନା ଓ ଚିଲିକା ବିଧାନସଭା ଆସନର ପ୍ରାର୍ଥୀ ପ୍ରଦୀପ ସ୍ୱାଇଁଙ୍କ ସମେତ ସ୍ୱାଗତିକା ପଟ୍ଟନାୟକ, ସତ୍ୟଜିତ୍ ପଟ୍ଟନାୟକ, ସଦାଶିବ ମହାପାତ୍ର, ଶିଶିର ପରିଡ଼ା, ଅଶୋକ ମଙ୍ଗରାଜ, ଜୟଶ୍ରୀ ପଟ୍ଟନାୟକ, ଅଫ୍‌ସନା ବେଗମ୍‌, ରଞ୍ଜିତ ମହାପାତ୍ର, ଶୈଳେନ୍ଦୁ ଦାସ, ଶୁଭ୍ରାଂଶୁ ପଟ୍ଟନାୟକ, ମୌମୁଦିନ ମହମ୍ମଦ, ଅକ୍ଷୟ ମହାପାତ୍ର, ପ୍ରଦୋଷ ହରିଚନ୍ଦନ, ଜୟନ୍ତ ଦାସ, ଫକୀର ସାହୁ, ପ୍ରମୋଦ ସ୍ୱାଇଁ, ତାପସ ମିଶ୍ର, ଶେଖ୍ ସାଜିଦ୍‌, ପ୍ରତାପ ବେହେରା, ଜନ୍ମଜୟ ସ୍ୱାଇଁ, ସୌମ୍ୟ ପଟ୍ଟନାୟକ, ରମାକାନ୍ତ ପଟ୍ଟନାୟକ, ଉଗ୍ରସେନ ବିଶ୍ୱାଳ ଓ ଶ୍ରୀୟା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031