Indus Valley Times

ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ନୟାଗଡ ଜିଲ୍ଲାପାଳ: ଜିଲ୍ଲା କଂଗ୍ରେସ ଅଭିଯୋଗ

 Breaking News

ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ନୟାଗଡ ଜିଲ୍ଲାପାଳ: ଜିଲ୍ଲା କଂଗ୍ରେସ ଅଭିଯୋଗ

ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ନୟାଗଡ ଜିଲ୍ଲାପାଳ: ଜିଲ୍ଲା କଂଗ୍ରେସ ଅଭିଯୋଗ
October 06
19:37 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୬/୧୦ : ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ ଅନୁସାରେ ନୟାଗଡ ଜିଲ୍ଲାର ଭାପୁର ବ୍ଲକର ଅଧ୍ୟକ୍ଷ୍ୟକ୍ଷ ପଦବୀ ପୂରଣ ପାଇଁ ଉପନିର୍ବାଚନ ଆଜି ଭାପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।
ନିର୍ବାଚନ ଅଧିକାରୀ ନୟାଗଡ ତହସିଲଦାର ଶ୍ରୀ ଭିକାରୀ ସାହୁନିର୍ଦ୍ଧାରିତ ସମୟରେ ମନୋନୟନ ପତ୍ର ପ୍ରଦାନ କରିବା ପରେ ଅଧ୍ୟକ୍ଷ୍ୟକ୍ଷ ପଦବୀ ପାଇଁ ସଂରକ୍ଷିତ ଅନୁସୂଚିତ ଜନଜାତି ବର୍ଗର ମହିଳା ଭାବେ କେନ୍ଦୁପଲ୍ଲୀ ସମିତି ସଭ୍ୟକ୍ଷ ଶାନ୍ତିଲତା ବେହେରା ।
ତାଙ୍କର ପ୍ରସ୍ତାବକ ସମର୍ଥକଙ୍କ ସହ ଦୁଇ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ଏହି ପଦବୀ ପାଇଁ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ।
ନିର୍ବାଚନ ଅଧିକାରୀ ପ୍ରାର୍ଥୀ ପତ୍ର ଯାଞ୍ଚ ସରିବା ପରେ ଶାନ୍ତିଲତାଙ୍କ ପ୍ରାର୍ଥୀତ୍ୱ ବୈଧତା ରହିବା ପରେ ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁସାରେ ଯଦି ପ୍ରତିଦ୍ବନ୍ଦୀତା ଆବଶ୍ୟକତା ଥାଏ ତେବେ ଭୋଟ ହେବା କଥା ।
କିନ୍ତୁ ଏଠାରେ ଜଣଙ୍କର ପ୍ରାର୍ଥୀତ୍ବ ବୈଧତା ଥିବାରୁ ତାଙ୍କୁ ଅପ୍ରତିଦ୍ବନ୍ଦୀ ଭାବେ ବ୍ଲକ ର ଅଧ୍ୟକ୍ଷ୍ୟକ୍ଷ ଘୋଷଣା କରିବା ପରିବର୍ତ୍ତେ ନିର୍ବାଚନ ଅଧିକାରୀ କୋରମ ନାହିଁ କହି ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିଦେବା ଦ୍ୱାରା ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ଅଣଦେଖା କରାଯାଇ ସିଧାସଳଖ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛନ୍ତି ।
ବ୍ଲକ ଅଧ୍ୟକ୍ଷ୍ୟ ଏବଂ ଉପଧ୍ୟକ୍ଷ ନିର୍ବାଚନ ପାଇଁ କୋରମ ର ଆବଶ୍ୟକତା ନଥିବା ପଞ୍ଚାୟତ ସମିତି ଆଇନରେ ସ୍ପଷ୍ଟ ଉଲ୍ଲେଖ ଥିବାବେଳେ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ କୌଣସି ମତାମତ ଆହ୍ୱାନ କରାନଯାଇ କୋରମ ଅଭାବ କାରଣରୁ ନିର୍ବାଚନ ପ୍ରକ୍ରିୟା ରଦ୍ଧ କରିବା ଦ୍ୱାରା ଶାନ୍ତିଲତାଙ୍କ ସାମ୍ବିଧାନିକ ଅଧିକାର ଖୁର୍ଣ୍ଣ ହୋଇଥିବା ଶ୍ରୀ ଦାଶ ଅଭିଯୋଗ କରିଛନ୍ତି ।
ଆଜିର ନିର୍ବାଚନ ବିଜ୍ଞପ୍ତି ଅନୁସାରେ ତା ୫.୧୦.୨୦୨୧ ଦିବା ୧୦ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ମନୋନୟନ ପତ୍ର ଗ୍ରହଣ ଏବଂ ଦାଖଲ, ୧୧ ଘଟିକାରୁ ୧୧. ୩୦ ମନୋନୟନ ପତ୍ର ଯାଞ୍ଚ ଏବଂ ୧୧. ୩୦ ରୁ ୧୨ ଟା ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ପରିପ୍ରେକ୍ଷୀରେ ପ୍ରାର୍ଥୀପତ୍ର ଦାଖଲ ପରେ ଯାଞ୍ଚ ଏବଂ ପ୍ରାର୍ଥୀତ୍ୱ ବୈଧ୍ୟତା ପରେ କୋରମ ଭଳି ଅପରାସଙ୍ଗିକ ପ୍ରସଙ୍ଗର ଆଳ ଦେଖାଇ ନିର୍ବାଚନ ପ୍ରକ୍ରିୟାକୁ ରଦ୍ଧ କରିବା ସମ୍ପୂର୍ଣ୍ଣ ବେଆଇନ ଏବଂ ଅନାଭିଜ୍ଞାତାର ପ୍ରତିଫଳନ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରେସ ବାର୍ତାରେ ଗଣମାଧ୍ୟମ କୁ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031