Indus Valley Times

ଗଣଦୁଷ୍କର୍ମର ଶିକାର ଆଶାକର୍ମୀଙ୍କ ସନ୍ଧାନ ମିଳିଲା, ବାପା କହିଲେ- ଜୀବନ ହାରିବାକୁ ଯାଇଥିଲା ଝିଅ

 Breaking News

ଗଣଦୁଷ୍କର୍ମର ଶିକାର ଆଶାକର୍ମୀଙ୍କ ସନ୍ଧାନ ମିଳିଲା, ବାପା କହିଲେ- ଜୀବନ ହାରିବାକୁ ଯାଇଥିଲା ଝିଅ

ଗଣଦୁଷ୍କର୍ମର ଶିକାର ଆଶାକର୍ମୀଙ୍କ ସନ୍ଧାନ ମିଳିଲା, ବାପା କହିଲେ- ଜୀବନ ହାରିବାକୁ ଯାଇଥିଲା ଝିଅ
September 05
16:05 2022

ପାରାଦୀପ, ୫/୯: ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀଙ୍କର ସନ୍ଧାନ ମିଳିଛି। ଏନେଇ ତାଙ୍କ ବାପା ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାରାଦୀପଠୁ ୨୦ କିମି ଦୂର ଗଡ଼କୁଜଙ୍ଗରେ ଆଶା କର୍ମୀଜଣଙ୍କୁ ଠାବ କରାଯାଇଛି।
ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ କଲ୍ ପାଇ ସେ ଝିଅକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଲୋକ ଲଜ୍ଜା ସହି ନପାରି ଆତ୍ମହତ୍ୟା କରିବାକୁ ଯାଇଥିବା ଆଶା ଦିଦିଙ୍କୁ ସ୍ଥାନୀୟ ଲୋକ ଟ୍ରେନ୍ ଲାଇନ କଡ଼ରୁ ଉଦ୍ଧାର କରି ଗଡ଼ କୁଜଙ୍ଗରେ ରଖିଥିଲେ।
ସୂଚନାଯୋଗ୍ୟ, ଗତ ମାସରେ ପାରାଦୀପର ଏମ୍ପାୟର୍ସ ହୋଟେଲ ନିକଟରୁ ଚାରି ଜଣ ଯୁବକ ଏକ ନାଲି କାରରେ ଆସି ସମ୍ପୃକ୍ତ ଆଶାକର୍ମୀଙ୍କୁ ଜୋର୍ଜବରଦସ୍ତ ଅପହରଣ କରି ନେଇଯାଇଥିଲେ।
ଏହାପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ ୩ଜଣ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ୍ ଏହି ଘଟଣାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେମାନେ ଏବେ ଜେଲ୍ରେ ଅଛନ୍ତି। ସମ୍ପୃକ୍ତ ଆଶାକର୍ମୀ ଜେଲ୍କୁ ଯାଇ ଟିଆଇ ପରେଡ୍ରେ ଅପରାଧୀଙ୍କୁ ଚିହ୍ନଟ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏଥିପାଇଁ ପୁଲିସ୍ ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ, ଏହାପୂର୍ବରୁ ସେ କେଉଁଆଡ଼କୁ ଚାଲିଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା।
ସମ୍ପୃକ୍ତ ଆଶାକର୍ମୀଙ୍କ ପରିବାରର ସୂଚନା ଅନୁଯାୟୀ, ନିଜ ଘରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ୩ ଜଣ ଗର୍ଭବତୀଙ୍କୁ ଦେଖି ଶୀଘ୍ର ଫେରି ଆସିବାକୁ କହି ସେ ଗାଁ ଭିତରକୁ ଯାଇଥିଲେ। ଦୀର୍ଘସମୟ ପର୍ଯ୍ୟନ୍ତ ସେ ନଫେରିବାରୁ ବାଧ୍ୟହୋଇ ତାଙ୍କ ମା’ ତାଙ୍କୁ ଫୋନ୍ କରିଥିଲେ। ସେ ଫୋନ୍ ଉଠାଇନଥିଲେ।
ଏହାପରେ ସନ୍ଦେହ ହେବାରୁ ତାଙ୍କ ବାପା ଖୋଜାଖୋଜି କରିଥିଲେ। ତଥାପି କିଛି ସୁଫଳ ମିଳିନଥିଲା। ଏଣୁ ଭୟଭୀତ ହୋଇ ସେ ତୁରନ୍ତ ପାରାଦୀପ ଆଦର୍ଶ ଥାନାରେ ପହଞ୍ଚି ପୁଲିସକୁ ଜଣାଇଥିଲେ। ପୁଲିସ ପୀଡ଼ିତାଙ୍କ ମୋବାଇଲକୁ ଫୋନ୍ କରିଥିଲେ ମଧ୍ୟ ସେ ଉଠାଇନଥିଲେ। ଟ୍ରାକିଂରୁ ଏହା କୁଜଙ୍ଗ ଅଞ୍ଚଳରେ ଥିବା ଜଣାପଡ଼ିଥିଲା।
ଏଣୁ ତୁରନ୍ତ ପାରାଦୀପରୁ ଏକ ପୁଲିସ ଟିମ୍ ସେଠାରୁ ବାହାରି କୁଜଙ୍ଗ ଅଭିମୁଖେ ଯାଇଥିଲେ। ମାତ୍ର, ପୁଲିସ୍ ପହଞ୍ଚିଲା ବେଳକୁ ଆଶାକର୍ମୀଙ୍କ ମୋବାଇଲ ସୁଇଚ୍ ଅଫ୍ ହୋଇସାରିଥିଲା। କାଳେ କୌଣସି ରୋଗୀକୁ ସାଥୀରେ ନେଇ ମେଡ଼ିକାଲ ଆସିଥିବା ଚିନ୍ତା କରି ପୁଲିସ ସେଠାରେ ମଧ୍ୟ ଖୋଜାଖୋଜି କରିଥିଲା। ତଥାପି, ପୀଡ଼ିତାଙ୍କର କୌଣସି ଟେର୍ ମିଳିନଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031