Indus Valley Times

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୧ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬ ଜଣ ଚିହ୍ନଟ

 Breaking News

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୧ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬ ଜଣ ଚିହ୍ନଟ

November 22
10:54 2021

ଭୁବନେଶ୍ୱର,୨୨/୧୧: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୩୪ ଜଣ ଥିବାବେଳେ ୯୮ ଜଣ ସଙ୍ଗରୋଧରୁ ଥିବାବେଳେ ୭୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି ।
୧୭୧ ଜଣ ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬, କଟକରୁ ୧୦, ସମ୍ବଲପୁରରୁ ୧୩, ମୟୁରଭଞ୍ଜରୁ ୫, ଗଞ୍ଜାମରୁ ୭, ସୁନ୍ଦରଗଡରୁ ୫ ଓ ଷ୍ଟେଟ ପୁଲରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି ।

ନୂଆ ପଜିଟିଭଙ୍କ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୧୭୪ରେ ପହଞ୍ଚିଥିବାବେଳେ ୧୦ ଲକ୍ଷ ୩୬ ହଜାର ୫୦୧ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ୨୨୨୬ଟି ସକ୍ରିୟ ମାମଲା ରହିଥିବାବେଳେ ରାଜ୍ୟରେ ୨ କୋଟି ୩୨ ଲକ୍ଷ ୮୬ ହଜାର ୨୯୦ଟି ନମୁନା ପରୀକ୍ଷା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031