Indus Valley Times

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୮ ଜଣ କରୋନା ପଜିଟିଭ ଚିହ୍ନଟ,୧୮ ବର୍ଷରୁ କମ୍ ବର୍ଗର ୪୭ଟି ଛୁଆ

 Breaking News

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୮ ଜଣ କରୋନା ପଜିଟିଭ ଚିହ୍ନଟ,୧୮ ବର୍ଷରୁ କମ୍ ବର୍ଗର ୪୭ଟି ଛୁଆ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୮ ଜଣ କରୋନା ପଜିଟିଭ ଚିହ୍ନଟ,୧୮ ବର୍ଷରୁ କମ୍ ବର୍ଗର ୪୭ଟି ଛୁଆ
October 16
11:39 2021

ଭୁବନେଶ୍ୱର, ୧୬/୧୦ : ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେଉଛି କରୋନା ସଂକ୍ରମଣ। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେଥିମଧ୍ୟରୁ ୨୦୯ ଜଣ କ୍ୱାରେଣ୍ଟାଇନ୍ର ହୋଇଥିବା ବେଳେ ୧୪୯ଟି ଲୋକାଲ କେସ୍ ରହିଛି। ସେହିପରି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୭ଟି ଛୁଆ ଅଛନ୍ତି।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୬ଟି ମାମଲା ସାମ୍ନାକୁ ଆସିଛି। ସେହିପରି ଅନୁଗୁଳରୁ ୧, ବାଲେଶ୍ୱରରୁ ୧୩, ବରଗଡରୁ ୩, ଭଦ୍ରକରୁ ୮, ବଲାଙ୍ଗିରରୁ ୪, ବୌଦ୍ଧରୁ ଜଣେ, କଟକରୁ ୧୫, ଦେଓଗଡ, ଗଞ୍ଜାମ ଓ କେନ୍ଦୁଝରରୁ ଜଣେ ଲେଖାଏଁ, ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗଜପତିରୁ୭, ଜଗତସିଂହପୁରରୁ ୮, ଯାଜପୁରରୁ ୧୧, କେନ୍ଦ୍ରାପଡାରୁ ୧୩, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୧, ନୟାଗଡରୁ ୩, ପୁରୀରୁ ୯, ରାୟଗଡାରୁ ୫, ସମ୍ବଲପୁରରୁ ୪, ସୋନପୁର ୨, ସୁନ୍ଦରଗଡ ୩, ଷ୍ଟେଟପୁଲରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩୪୬୩୪ରେ ପହଞ୍ଚିଛି। ସେହିପରି ୧୦୨୧୧୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୧୧୯ଟି ଆକ୍ଟିଭ କେସ୍ ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031