Indus Valley Times

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୭୩ ଜଣ ୧୮ ବର୍ଷରୁ କମ୍ ବର୍ଗର

 Breaking News

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୭୩ ଜଣ ୧୮ ବର୍ଷରୁ କମ୍ ବର୍ଗର

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୭୩ ଜଣ ୧୮ ବର୍ଷରୁ କମ୍ ବର୍ଗର
October 03
11:11 2021

ଭୁବନେଶ୍ୱର, ୩/ ୧୦: ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୩ ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି।
୫୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୦ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୧୮ଟି ହେଉଛି ଲୋକାଲ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୯, ବରଗଡ଼ରୁ ୨, ଭଦ୍ରକରୁ ୬, କଟକରୁ ୬୯, ଦେବଗଡ଼ରୁ ୩, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୪ ଓ କେନ୍ଦ୍ରାପଡ଼ାରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟରୁ ୩, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୩୧, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨, ପୁରୀରୁ ୧୭, ସମ୍ବଲପୁରର ୧୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୯ ଓ ଷ୍ଟେଟ୍ ପୁଲ୍ରୁ ୫୯ ଜଣ ଅଛନ୍ତି।
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୭,୯୫୯କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦,୧୪,୪୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୨୮୦ ଜଣ ଚିକିତ୍ସାଧୀନ ଅଛନ୍ତି।
ସେହିଭଳି କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣଙ୍କ ସଂପର୍କରେ ସରକାର ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୧୪କୁ ବୃଦ୍ଧି ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031