Indus Valley Times

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୨ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ଜଣ

 Breaking News

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୨ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ଜଣ

September 30
11:10 2021

ଭୁବନେଶ୍ୱର, ୩୦/୯ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୯୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଗୁରୁବାରଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୧ ଜଣ, ବାଲେଶ୍ୱରରୁ ୨୧ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୫ ଜଣ, କଟକରୁ ୫୪ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୧୪ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୧ ଜଣ, ଜଗତସିଂହପୁରରୁ ୧୮ ଜଣ, ଯାଜପୁରରୁ ୨୪ ଜଣ, ଝାରସୁଗୁଡ଼ାରୁ ୨ ଜଣ, କନ୍ଧମାଳରୁ ୧ ଜଣ କେନ୍ଦ୍ରାପଡ଼ାରୁ ୬ ଜଣଓ ଖୋର୍ଦ୍ଧାରୁ ୨୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କେଉଁଝରରୁ ୭ ଜଣ, କୋରାପୁଟରୁ ୪ ଜଣ, ମୟୁରଭଞ୍ଜରୁ ୨୪ ଜଣ, ନୟାଗଡ଼ରୁ ୧ ଜଣ, ନୂଆପଡ଼ାରୁ ୧ ଜଣ, ପୁରୀରୁ ୨୧ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୧୩ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୯ ଜଣ ଓ ଷ୍ଟେଟ ପୁଲରୁ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦, ୨୬, ୪୭୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦,୧୨,୫୮୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୬୪୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031