Indus Valley Times

ଗତ ୨୪ ଘଣ୍ଟାରେ ୧୧୩୨ ଜଣ କରୋନା ପଜିଟିଭ ଚିହ୍ନଟ, ମୋଟ୍ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି

 Breaking News

ଗତ ୨୪ ଘଣ୍ଟାରେ ୧୧୩୨ ଜଣ କରୋନା ପଜିଟିଭ ଚିହ୍ନଟ, ମୋଟ୍ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି

August 14
09:34 2021

ଭୁବନେଶ୍ୱର,୧୪/୮: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୭୫ଟି ହେଉଛି ଲୋକାଲ୍ କେସ୍।
ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୬ ଜଣଙ୍କ ସଂପର୍କରେ ସରକାର ତଥ୍ୟ ପ୍ରଦାନ କରିଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୮୨୩ରେ ପହଞ୍ଚି ଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୦ ଜଣ ଥିବା ବେଳେ କଟକରୁ ୧୯୭, ଅନୁଗୋଳରୁ ୨୫, ବାଲେଶ୍ୱରରୁ ୭୦, ବରଗଡ଼ରୁ ୧୦, ଭଦ୍ରକରୁ ୧୪, ବଲାଙ୍ଗିରରୁ ୭, ବୌଦ୍ଧରୁ ୪, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୧, ଗଜପତିରୁ ୬, ଗଞ୍ଜାମରୁ ୨, ଜଗତସିଂହପୁରରୁ ୪୨, ଯାଜପୁରରୁ ୨୯, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୭, କନ୍ଧମାଳରୁ ୪ ଓକେନ୍ଦ୍ରାପଡ଼ାରୁ ୨୭ଜଣ ଚିହ୍ନଟ ହୋଇଛି ।
କେନ୍ଦୁଝରରୁ ୧୫, କୋରାପୁଟରୁ ୩, ମାଲକାନଗିରିରୁ ୧୦, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୩୧, ପୁରୀରୁ ୨୨, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୫, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୨୩ ଓ ଷ୍ଟେଟ୍ ପୁଲ୍ରୁ ୯୪ ଜଣ ଅଛନ୍ତି। ନୂଆପଡ଼ା ଜିଲ୍ଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।
୧୧୩୨ଟି ନୂଆ ମାମଲା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୩ ହଜାର ୫୦୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୫ ହଜାର ୯୯୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ ହଜାର ୬୩୨ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ଯେଉଁ ୬୬ ଜଣ ମୃତକଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି, ସେମାନଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଥିବା ବେଳେ ନୟାଗଡ଼ ଜିଲ୍ଲାରୁ ୧୨, କେନ୍ଦ୍ରାପଡ଼ାରୁ ୯, ଅନୁଗୋଳରୁ ୫, ନବରଙ୍ଗପୁରରୁ ୪ ଓ ଯାଜପୁର ମୃତ୍ୟୁ ହୋଇଛି ।
ଖୋର୍ଦ୍ଧା ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ଜଗତସିଂହପୁର ଓ ପୁରୀରୁ ୨ ଜଣ ଲେଖାଏଁ ଏବଂ କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୦କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୮୯, ବାଲେଶ୍ୱରରେ ୨୨୮, ବରଗଡ଼ରେ ୩୨୧, ବଲାଙ୍ଗିରରେ ୧୨୦, ଜଗତସିଂହପୁରରେ ୧୧୮, ଯାଜପୁରରେ ୯୫, କେନ୍ଦ୍ରାପଡ଼ାରେ ୧୬୭, ଖୋର୍ଦ୍ଧାରେ ୧,୩୬୯, କୋରାପୁଟରେ ୭୪, ମୟୂରଭଞ୍ଜରେ ୨୩୬, ନବରଙ୍ଗପୁରରେ ୬୮, ନୟାଗଡ଼ରେ ୧୭୬, ପୁରୀରେ ୪୦୯ ଓ ସମ୍ବଲପୁରରେ ୨୧୨ରେ ପହଞ୍ଚିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031